ଆଉ ଏକ ସଫଳତା: ଦେଶରେ ୧୫୦ କୋଟି ଟପିଲା ଟିକାକରଣ
ନୂଆଦିଲ୍ଲୀ : କରୋନା ଟିକାକରଣ କ୍ଷେତ୍ରରେ ଭାରତକୁ ଆଉ ଏକ ସଫଳତା। ଦେଶରେ ଟିକାକରଣ ସଂଖ୍ୟା ୧୫୦ କୋଟିକୁ ଛୁଇଁଛି। ଦେଶରେ ଟୀକକରଣ ପାଇଁ ଚାଲିଛି ସ୍ବତନ୍ତ୍ର ଅଭିଯାନ। ଏହି ଅବସରରେ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ। କରୋନା ଟିକାକରଣରେ ଲୋକଙ୍କ ନିରନ୍ତର ସହଯୋଗ ଯୋଗୁଁ ସମ୍ଭବ ହୋଇଛି ବୋଲି କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ। ଭାରତ ଆଜି ଟିକାକରଣରେ ବିଶ୍ବ ଲିଡର ଭାବରେ ପ୍ରତିପାଦିତ କରୁଛି ବୋଲି କହିଛନ୍ତି।
ଭାରତରେ ୧.୫ କୋଟିରୁ ଅଧିକ ଯୁବକଙ୍କୁ କୋଭିଡ ଟିକାକରଣ କରାଯାଇଛି। ୧୫୦ କୋଟିରୁ ଅଧିକ କୋଭିଡ ଟୀକାକରଣ ସହିତ ସର୍ବବୃହତ ଟିକାକରଣ ଡ୍ରାଇଭ ଚଳାଇବାରେ ଭାରତ ବିଶ୍ବରେ ଅଗ୍ରଣୀ ହେବାରେ ଲାଗିଛି। ଆମର ୯୦ ପ୍ରତିଶତ ବୟସ୍କ ଲୋକଙ୍କୁ କୋଭିଡ ଟିକା ଟୀକାକରଣରେ ଟିକାକରଣ କରାଯାଇଛି। ଏହି ସଫଳତା ପାଇଁ ସେ ବିଶେଷ କରି ଦେଶର ବୈଜ୍ଞାନିକ, ଟୀକା ଉତ୍ପାଦନକାରୀ ଏବଂ ସ୍ବାସ୍ଥ୍ୟ କ୍ଷେତ୍ରର ଲୋକମାନଙ୍କୁ ଧନ୍ୟବାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
