ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲେ ରାଜ୍ୟ ନିର୍ବାଚନ କମିଶନ
ଭୁବନେଶ୍ୱର : ରାଜ୍ୟ ନିର୍ବାଚନ କମିଶନ ଡାକିଲେ ଗୁରୁତ୍ୱପୂର୍ଣ୍ଣ ବୈଠକ । ଶନିବାର ପୂର୍ବାହ୍ନ ୧୧ଟାରେ ବସିବ ଏହି ବୈଠକ । ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଆଗକୁ ନର୍ବାଚନ ଆସୁଥିବାରୁ ରାଜ୍ୟ ନିର୍ବାଚନ କମିଶନର ଡାକିଛନ୍ତି ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକରେ ମୁଖ୍ୟ ଶାସନ ସଚିବ, ଏସ୍ଆରସି, ସ୍ୱାସ୍ଥ୍ୟ ସଚିବଙ୍କ ସହ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ ।
ସୂଚନା ଯେ, ରାଜ୍ୟରେ କରୋନା ସଂକ୍ରମଣ ଏବେ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଯାହାକୁ ନେଇ ସାଧାରଣଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି । ଆଉ କିଛି ଦିନରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ତାପୂର୍ବରୁ ଶନିବାର ରାଜ୍ୟ ନିର୍ବାଚନ କମିଶନର ଡାକିଛନ୍ତି ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଏସ୍ଆର୍ସି , ସ୍ୱାସ୍ଥ୍ୟ ସଚିବଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ । କୋଭିଡ଼ ସଂକ୍ରମଣରେ ବୃଦ୍ଧି ହେଉଥିବାରୁ ନିର୍ବାଚନକୁ ନେଇ ଚିନ୍ତା ବଢିଛି । ତାରିଖ ଘୋଷଣା କରିବା ପୂର୍ବରୁ ସବୁ ଦିଗକୁ ନେଇ ତର୍ଜମା ହେବ ବୋଲି ସୂଚନା ମିଳିଛି । ସେହିପରି ଆସନ୍ତା ୧୦ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି ନିର୍ବାଚନ କମିଶନର । ପରେ ୧୨ ତାରିଖରେ ବରିଷ୍ଠ ଅଧିକାରୀଙ୍କ ସହ ପଞ୍ଚାୟତ ନିର୍ବାଚନ ନେଇ ମାନସ ମନ୍ଥନ ହେବ । ଏହାପରେ ନିର୍ବାଚନ ତାରିଖ ଘୋଷଣା ହେବ ବୋଲି ସୂଚନା ମିଳିଛି ।
