ବାଲେଶ୍ୱରରୁ ୫ଶହ ୫୦ ଗ୍ରାମ୍ ବ୍ରାଉନ୍ସୁଗାର ଜବତ, ଜଣେ ଗିରଫ
ବାଲେଶ୍ୱର : ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଚନ୍ଦନେଶ୍ୱର-ଦୀଘା ରାସ୍ତାରେ ଗୁରୁବାର ଅବକାରୀ ବିଭାଗ ପେଟ୍ରୋଲିଂ ଡ୍ୟୁଟି କରୁଥିବା ବେଳେ ପଶ୍ଚିମବଙ୍ଗ ବୀରଭୂମ ଜିଲା ପାଇକର ଥାନା ଭାଗାଇଲ ଗ୍ରାମର ମଇନୁଦ୍ଦିନ ସେଖ (୪୬) ନାମକ ଯୁବକ ଠାରୁ ୫ଶହ ୫୦ ଗ୍ରାମ୍ର ବ୍ରାଉନ୍ସୁଗାର (ହେରୋଇନ୍) ଜବତ କରିବା ସହିତ ତାଙ୍କୁ ଗିରଫ କରିଛନ୍ତି । ଜବତ ବ୍ରାଉନ୍ସୁଗାରର ଆନୁମାନିକ ମୂଲ୍ୟ ୫୬ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି ।
ବ୍ରାଉନ୍ସୁଗାର ବେପାରୀ ଦୀଘା, ଉଦୟପୁର, ତାଳସାରୀ, ଚନ୍ଦନେଶ୍ୱର ଅଞ୍ଚଳରେ ବ୍ରାଉନ୍ସୁଗାର ବିକ୍ରି କରୁଥିବା ବେଳେ ଅବକାରୀ ବିଭାଗକୁ ସୂଚନା ମିଳିଥିଲା । ଅବକାରୀ ବିଭାଗର ଜିଲା ଡେପୁଟି କମିଶନର ଅଶୋକ କୁମାର ଶତପଥୀଙ୍କ ନିର୍ଦ୍ଦେଶକ୍ରମେ ଭୋଗରାଇ ଅବକାରୀ ଥାନା ଓଇଆସି ଦେବେନ୍ଦ୍ର କୁମାର ବେହେରାଙ୍କ ନେତୃତ୍ୱରେ ଏଏସ୍ଆଇ ମଙ୍ଗଳ କୁମାର ସିଂ, କନେଷ୍ଟବଳ ରାଜୀବ କୁମାର ଭଞ୍ଜ, ରାମଚନ୍ଦ୍ର ମହାନ୍ତି, ଶଶିକାନ୍ତ ସାହୁ, କୁମୁଦିନୀ ସୋ, ସୁବ୍ରତ ଜେନା ୫ଜଣିଆ ଟିମ୍ ଚଢ଼ାଉରେ ସାମିଲ୍ ଥିଲେ । ଏହି ଘଟଣାରେ ଏନ୍ଡିପିଏସ୍ ଆକ୍ଟ ୧୯୮୫ ୟୁ/ଏସ୍ ୨୧(ସି) ମୂଳେ ଏକ ମୋକଦ୍ଦମା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ବାଲେଶ୍ୱର ସେସନ୍ କମ୍ ସ୍ପେଶାଲ ଜଜ୍ଙ୍କ ବିଚାର ବିଭାଗ ହାଜତକୁ ଚାଲାଣ କରାଯାଇଥିବାର ସୂଚନା ମିଳିଛି ।
ସୂଚନା ଅନୁଯାୟୀ ଜଳେଶ୍ୱରରେ ବ୍ରାଉନ୍ସୁଗାର ବେପାର ହବ୍ ପାଲଟି ଥିବାବେଳେ ସେଠାରେ ପୋଲିସ ଓ ଅବକାରୀ ବିଭାଗ ଘନଘନ ଚଢ଼ାଉ କଲା ପରେ ନିଶା ବେପାରୀ ଏବେ ଭୋଗରାଇ ଓ ବାଲିଆପାଳରେ ନିଶା ବେପାର ପାଇଁ ଜାଲ ବିଛାଇଛି । ଗତ ୫ ।୧୧ ।୨୧ରେ ଭୋଗରାଇ ଥାନା ଛକ ଠାରୁ ପୋଲିସ ୨୦ଗ୍ରାମ୍ ୨୯୦ମି. ଗ୍ରାମ୍ ଓଜନର ବ୍ରାଉନ୍ସୁଗାର ଜବତ କରିଥିବା ବେଳେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକକୁ ଗିରଫ କରିଥିଲା ।
୧- ଭୋଗରାଇ- ଗୁରୁବାର- ଅବକାରୀ ବିଭାଗ ଦ୍ୱାରା ବ୍ରାଉନ୍ସୁଗାର ବେପାରୀ ଗିରଫ
