୮୮ ଡାକ୍ତରଙ୍କୁ କରୋନା
ଚଣ୍ଡିଗଡ଼ : ହରିୟାଣା ଏବଂ ପଞ୍ଜାବର ରାଜଧାନୀ ଚଣ୍ଡିଗଡ଼ରେ କରୋନାର ପ୍ରକୋପ ବଢ଼ିବାରେ ଲାଗିଛି । ଚଣ୍ଡିଗଡ଼ର ପୋଷ୍ଟ ଗ୍ରାଜୁଏଟ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ରେ ବା ପିଜିଆଇରେ ପାଖାପାଖି ୧୯୭ ଡାକ୍ତର ଏବଂ କର୍ମଚାରୀ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୮୮ ଡାକ୍ତର ସାମିଲ୍ ରହିଥିବା ଜଣାପଡ଼ିଛି ।
ସୂଚନା ଯେ, ଲଗାତାର ୩ ଦିନ ଧରି ୧୪୭ ଜଣ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀ କରୋନାରେ ସଂକ୍ରମିତ ହୋଇସାରିଲେଣି । ସେମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତି କୋରନାର ଦୁଇଟି ଯାକ ଡୋଜ୍ ନେଇସାରିଛନ୍ତି । କିନ୍ତୁ ଏଥିରେ କେବଳ ଜଣେ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ଥିବା ବେଳେ ଅନ୍ୟ ମାନଙ୍କ ଠାରେ ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳିଛି ।
