ସୁବର୍ଣ୍ଣ ସୁଯୋଗ! ଇଣ୍ଡିଆନ୍ କୋଷ୍ଟଗାର୍ଡରେ ବମ୍ପର ନିଯୁକ୍ତି, ଏହିପରି କରନ୍ତୁ ଆବେଦନ
ନୂଆଦିଲ୍ଲୀ : ଦେଶ ସେବା କରିବାକୁ ଉତ୍ସାହିତ ଯୁବକମାନଙ୍କ ପାଇଁ ଏକ ଖୁସି ଖବର ଅଛି । ଯୁବବର୍ଗ ମାନଙ୍କୁ ଦେଶ ସେବା କରିବା ପାଇଁ ଇଣ୍ଡିଆନ୍ କୋଷ୍ଟଗାର୍ଡ ଏକ ଭଲ ସୁଯୋଗ ଦେଉଛି । ଇଣ୍ଡିଆନ୍ କୋଷ୍ଟଗାର୍ଡର ଏକ ସଶସ୍ତ୍ର ବାହିନୀ ଏହାର ୦୨/୨୦୨୨ ବ୍ୟାଚ୍ ପାଇଁ ନାବିକ (ଜେନେରାଲ୍ ଡ୍ୟୁଟି), ନାବିକ (ଘରୋଇ ଶାଖା) ଏବଂ ମେକାନିକାଲର ବିଭିନ୍ନ ପୋଷ୍ଟରେ ପୁରୁଷ ପ୍ରାର୍ଥୀ ନିଯୁକ୍ତ କରୁଛି । ପ୍ରାର୍ଥୀମାନେ ଇଣ୍ଡିଆନ୍ କୋଷ୍ଟଗାର୍ଡରେ ନିଯୁକ୍ତି ପାଇଁ joinindiancoastguard.gov.in ୱେବସାଇଟରେ ଅନଲାଇନରେ ଆବେଦନ କରିପାରିବେ । ଅନଲାଇନ୍ ଆବେଦନ ପାଇଁ ଶେଷ ତାରିଖ ୧୪ ଜାନୁଆରୀ ୨୦୨୨ ରଖଯାଇଛି । ଏହି ନୁଯୁକ୍ତି ଅଧୀନରେ ୩୨୨ ଟି ପଦବୀରେ ନିଯୁକ୍ତ ହେବ ।
ବିଜ୍ଞପ୍ତି ଅନୁଯାୟୀ, ମାର୍ଚ୍ଚ ୨୦୨୨ ମଧ୍ୟଭାଗରେ କିମ୍ବା ଶେଷରେ ଆବେଦନକାରୀଙ୍କୁ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ପାଇଁ ଡକାଯିବ । ଯେଉଁମାନେ ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟତା ଅର୍ଜନ କରିବେ ସେମାନଙ୍କୁ ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଡକାଯିବ । ବିଭିନ୍ନ ଶାଖା ଅଧୀନରେ ତିନି ଶହରୁ ଅଧିକ ଖାଲି ପଦବୀ ଉପଲବ୍ଧ ରହିଛି । ପ୍ରାର୍ଥୀ କେବଳ ଗୋଟିଏ ପଦ ପାଇଁ ଆବେଦନ କରିପାରିବେ । ଆବେଦନ କରିବାକୁ ଇଚ୍ଛୁକ ଥିବା ସମସ୍ତ ପ୍ରାର୍ଥୀ ଅଫିସିଆଲ୍ ୱେବସାଇଟରେ ସମସ୍ତ ଆବଶ୍ୟକୀୟ ଯୋଗ୍ୟତା ମାନଦଣ୍ଡ ଜାଣିପାରିବେ ଏବଂ ଉପଲବ୍ଧ ନୋଟିଫିକେସନ୍ ମାଧ୍ୟମରେ ଆବେଦନ କରିପାରିବେ ।
ନାବିକ (ଜେନେରାଲ୍ ଡ୍ୟୁଟି) – ୨୬୦, ନାବିକ (ଘରୋଇ ଶାଖା) – ୩୫, ମେକାନିକାଲ – ୧୩, ମେକାନିକାଲ (ଇଲେକ୍ଟ୍ରିସିଆନ) – ୯, ମେକାନିକାଲ (ଇଲେକ୍ଟ୍ରୋନିକ୍ସ) – ୫, ମୋଟ ପୋଷ୍ଟ – ୩୨୨।
\ନାବିକ (GD) ଏବଂ ମେକାନିକାଲ୍ ପାଇଁ – ୦୧ ଅଗଷ୍ଟ ୨୦୦୦ ରୁ ୩୧ ଜୁଲାଇ ୨୦୦୪ ମଧ୍ୟରେ ଜନ୍ମ ହେଇଥିବା ଜରୁରୀ
ନାବିକ (DB) ପାଇଁ – ୦୧ ଅକ୍ଟୋବର ୨୦୦୦ ରୁ ୩୦ ସେପ୍ଟେମ୍ବର ୨୦୦୪ ମଧ୍ୟରେ ଜନ୍ମ ହେଇଥିବା ଜରୁରୀ ।
