ଶରଦ ମଲହୋତ୍ରା କରୋନା ସଂକ୍ରମିତ
ମୁମ୍ବାଇ : ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, କରୋନା ଭାଇରସର ବୃଦ୍ଧି ଦ୍ରୁତ ଗତି ହେତୁ ଦୈନିକ ପଜିଟିଭିଟି ହାର ୪.୧୮ ପ୍ରତିଶତକୁ ବୃଦ୍ଧି ପାଇଛି। ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୨୬,୫୩୮ ଟି ନୂଆ ମାମଲା ଦେଖିବାକୁ ମିଳିଛି। ଏଥି ମଧ୍ୟରୁ ମୁମ୍ବାଇରେ ୧୫,୧୬୬ ରୋଗୀ ଚିହ୍ନଟ ହୋଇଛନ୍ତି।
ପ୍ରତିଦିନ ବଲିଉଡ ଇଣ୍ଡଷ୍ଟ୍ରୀରେ କେହି ନା କେହି ଷ୍ଟାର୍ କରୋନାର ଶିକାର ହେଉଥିବା ଦେଖାଯାଉଛି। ବର୍ତ୍ତମାନ ଜଣାଶୁଣା ଟିଭି ଅଭିନେତା ଶରଦ ମଲହୋତ୍ରା କରୋନା ସଂକ୍ରମିତ ହୋଇଛନ୍ତି। ସେ ତାଙ୍କ ପତ୍ନୀଙ୍କ ସହ ହୋମ କ୍ୱାରେଣ୍ଟାଇନରେ ଅଛନ୍ତି। ସୋସିଆଲ ମିଡିଆରେ ଅଭିନେତା ଏହି ସୂଚନା ଦେଇଛନ୍ତି। ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଅଭିନେତା ଲେଖିଛନ୍ତି- ‘ନୂଆ ବର୍ଷର ଆରମ୍ଭ ପଜିଟିଭରେ ହୋଇଛି। ମୁଁ ମୋ ପତ୍ନୀ ଏବଂ ଲିଓଙ୍କ ସହିତ ହୋମ କ୍ୱାରେଣ୍ଟାଇନରେ ଅଛି। ଯେଉଁ ଲୋକମାନେ ଗତ କିଛି ଦିନ ମଧ୍ୟରେ ମୋ ସହିତ ସମ୍ପର୍କରେ ଆସିଛନ୍ତି ଦୟାକରି ସେମାନେ ନିଜର ଟେଷ୍ଟ କରାଇ ନିଅନ୍ତୁ ଏବଂ ମାସ୍କ ପିନ୍ଧନ୍ତୁ।’ ଶରଦଙ୍କ ଏହି ପୋଷ୍ଟରେ ପ୍ରଶଂସକ ବିଭିନ୍ନ କମେଣ୍ଟ ଦେଉଛନ୍ତି ଏବଂ ଶୀଘ୍ର ପୁନରୁଦ୍ଧାର ପାଇଁ ପ୍ରାର୍ଥନା କରୁଛନ୍ତି।
