ହିମାଚଳରେ ନୂତନ ବର୍ଷର ପ୍ରଥମ ତୁଷାରପାତ, ଶିମଲାରେ ବର୍ଷା
ଶୀତ ଲହରୀରେ ପୁରା ପ୍ରଦେଶ
ଶିମଲା : ହିମାଚଳ ପ୍ରଦେଶରେ ପାଣିପାଗ ଅବସ୍ଥା ବିଗିଡ଼ି ଯାଇଛି । ରାଜଧାନୀ ଶିମଲା ସମେତ ସମତଳ ଭୂମିରେ ବର୍ଷା ହୋଇଥିବା ବେଳେ ଗତ ରାତିରୁ ରାଜ୍ୟର ଉଚ୍ଚସ୍ଥାନରେ ମଧ୍ୟବର୍ତୀ ତୁଷାରପାତ ଜାରି ରହିଛି । ଶିମଲା ସହିତ ଲାଗିଥିବା କୁଫରୀ ଓ ନାରକଣ୍ଡା ପର୍ଯ୍ୟଟନସ୍ଥଳୀରେ ମଧ୍ୟ ହାଲୁକା ତୁଷାରପାତ ହୋଇଛି । ଲାହଲ-ସ୍ପିତି, କିନ୍ନର, କୁଲୁ ଏବଂ ଶିମଲା, ମଣ୍ଡି ଓ ଚମ୍ବା ଜିଲ୍ଲାର ଉଚ୍ଚ ଉଚ୍ଚ ଅଂଚଳରେ ଏହା ନୂଆ ବର୍ଷର ପ୍ରଥମ ତୁଷାରପାତ ।
ଆସନ୍ତା ୨୪ ଘଂଟା ମଧ୍ୟରେ ଶିମଲା ସମେତ ପାହାଡ଼ ଅଂଚଳରେ ପ୍ରବଳ ତୁଷାରପାତ ପାଇଁ ପାଣିପାଗ ବିଭାଗ ୟେଲୋ ଆଲର୍ଟ କରିଛି । ଜାନୁଆରୀ ୮ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଖରାପ ରହିବ ବୋଲି ଆଶା କରାଯାଉଛି ।
