ଆଜି କେନ୍ଦ୍ର ମନ୍ତ୍ରିମଣ୍ଡଳ, ଭର୍ଚୁଆଲ୍ ମାଧ୍ୟମରେ ହେବ ବୈଠକ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା କେନ୍ଦ୍ର ମନ୍ତ୍ରିମଣ୍ଡଳର ବୈଠକ ଏବେ ଭର୍ଚୁଆଲ ମାଧ୍ୟମରେ ହେବ । କରୋନାର ନୂଆ ଭାରିଏଂଟ ଓମିକ୍ରୋନ୍ର ବୃଦ୍ଧି ମାମଲାକୁ ଦୃଷ୍ଟିରେ ରଖି କେନ୍ଦ୍ର ମନ୍ତ୍ରିମଣ୍ଡଳର ବୈଠକକୁ ଭର୍ଚୁଆଲ ଭାବେ କରିବାକୁ ନିଷ୍ପତି କରାଯାଇଛି । ବୈଠକରେ କ୍ୟାବିନେଟ୍ ମନ୍ତ୍ରୀ ଭିଡିଓ କନ୍ଫରେନ୍ସିଂ ଜରିଆରେ ଯୋଡ଼ିହେବେ ।
ବୁଧବାର ଦିନ ହେବାକୁଥିବା କେନ୍ଦ୍ର ମନ୍ତ୍ରିମଣ୍ଡଳର ବୈଠକ ସହିତ ସୁରକ୍ଷା ମାମଲାର ମନ୍ତ୍ରିମଣ୍ଡଳୀୟ ସମିତି(ସିସିଏସ୍) ଏବଂ କେନ୍ଦ୍ର ମନ୍ତ୍ରିମଣ୍ଡଳର ଆର୍ଥିକ ମାମଲାର ସମିତି(ସିସିଇଏ)ର ମଧ୍ୟ ବୈଠକ ହେବ ।
