ପଞ୍ଚାୟତ ନିର୍ବାଚନ ପାଇଁ ୧୦ରେ ସର୍ବଦଳୀୟ ବୈଠକ
ଭୁବନେଶ୍ୱର : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଆସନ୍ତା ୧୦ ତାରିଖରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ । ୧୦ ତାରିଖ ପୂର୍ବାହ୍ନ୧୧ ଟା ୩୦ରେ ଭୁବନେଶ୍ୱର ଗୀତ ଗୋବିନ୍ଦ ସଦନ ଠାରେ ସର୍ବଦଳୀୟ ବୈଠକ ପାଇଁ ଆହ୍ୱାନ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । ସର୍ବଦଳୀୟ ବୈଠକରେ ନିର୍ବାଚନ ପାଇଁ ବିଚାର ବିମର୍ଶ କରାଯିବ । କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖ ପ୍ରତ୍ୟେକ ରାଜନୈତିକ ଦଳରୁ ଜଣେ ଲେଖାଏଁ କର୍ମକର୍ତା ପ୍ରତିନିଧିତ୍ୱ କରିବାପାଇଁ ସମସ୍ତ ରାଜନୈତିକ ଦଳର ସଭାପତି, ସମ୍ପାଦକମାନଙ୍କୁ ରାଜ୍ୟ ନିର୍ବାଚନ ଆୟୋଗ ତରକରୁ ଚିଠି ଲେଖି ଜଣାଇ ଦିଆଯାଇଛି ।
ଉଲ୍ଳେଖନୀୟ ଯେ ଜିଲ୍ଲା ପରିଷଦ ଗୁଡିକର କାର୍ଯ୍ୟକାଳ ଆସନ୍ତା ୨୦୨୨ ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଶେଷ ହେବାକୁ ଯାଉଛି । ଏହା ପୂର୍ବରୁ ନିର୍ବାଚନ କରିବାର ନିୟମ ରହିଛି ।
