ଖୋଲିଲା ଶ୍ରୀମନ୍ଦିର, କଟକଣା ମାନି ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ
ପୁରୀ : ଆଜିଠୁ ପୁଣି ଖୋଲିଛି ଶ୍ରୀମନ୍ଦିର। ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ମୁହାଁ ହୋଇଛନ୍ତି ଶ୍ରଦ୍ଧାଳୁ। ଗର୍ଭବତୀ ମହିଳା, ଛୋଟପିଲା ଓ ବୟସ୍କ ବ୍ୟକ୍ତି ମାନଙ୍କୁ ଶ୍ରୀମନ୍ଦିର ନଆସିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।
ପୁରୀ ସହରବାସୀ ପୂର୍ବ ପରି ଶ୍ରୀମନ୍ଦିର ପଶ୍ଚିମ ଦ୍ଵାର ଦେଇ ଯିବେ। ତିନିଦିନର ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବା ପରେ ଆଜିଠୁ ପୁଣି ଖୋଲିଛି ଶ୍ରୀମନ୍ଦିର । ଭିଡକୁ ଦୃଷ୍ଟିରେ ରଖି ପୁରୀ ଜିଲା ପ୍ରଶାସନ ଏବଂ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ତେବେ ଓମିକ୍ରନ ସଂକ୍ରମଣ ଭୟ ଥିବାରୁ ଭକ୍ତ ମାନେ ବ୍ୟାରିକେଡରେ ଯାଇ କୋଭିଡ୍ କଟକଣା ମାନି ଦର୍ଶନ କରିବାକୁ ଅପିଲ୍ କରାଯାଇଛି।
