ଫିଲ୍ମ ‘ପୁଷ୍ପା: ଦ ରାଇଜ’! ଭାଙ୍ଗିଲା ବହୁ ହିଟ୍ ଫିଲ୍ମର ରେକର୍ଡ
ମୁମ୍ବାଇ : ବହୁ ହିଟ୍ ଫିଲ୍ମର ରେକର୍ଡ ଭାଙ୍ଗିଲା ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ୍ଙ୍କ ଅଭିନୀତ ସାଉଥ୍ ଫିଲ୍ମ ‘ପୁଷ୍ପା:ଦ ରାଇଜ’ । ଫିଲ୍ମର ପ୍ରଥମ ଦିନର କଲେକ୍ସନ ସୂର୍ଯ୍ୟବଂଶୀ ଓ ସ୍ପାଇଡର ମ୍ୟାନକୁ ମଧ୍ୟ ପଛରେ ପକାଇ ଦେଇଛି । ଫିଲ୍ମ ରିଲିଜ ହେବାପରେ ବକ୍ସ ଅଫିସରେ ଧୁମ ମଚାଇଛି । ଫିଲ୍ମଟି ଦର୍ଶକଙ୍କୁ ବହୁତ ପସନ୍ଦ ଆସିଛି । ଫିଲ ହିନ୍ଦୀ ଡବିଂମଧ୍ୟ ବକ୍ସ ଅଫିସରେ କମାଲ କରଛି । ୧୬ ଦିନରେ ଏକ ନୂଆ ରେକର୍ଡ କରିଛି ।
ପୁଷ୍ପା ରିଲିଜ୍ର ପ୍ରଥମ ଦିନରେ ୩.୩୩ କୋଟି ସଂଗ୍ରହ କରିଥିଲେ । ଏହି ରେକର୍ଡ ଶନିବାର ଦିନ ସର୍ବାଧିକ ୬.୧୦ କୋଟି ରୋଜଗାର କରିଛି | ବର୍ତ୍ତମାନ ପର୍ଯ୍ୟନ୍ତ ହିନ୍ଦୀ ଡବିଂରେ ସମୁଦାୟ ୫୬.୬୯ କୋଟି ସଂଗ୍ରହ କରାଯାଇଛି । ରବିବାରକୁ ମଧ୍ୟ ଭଲ ବ୍ୟବସାୟ ହେବ ବୋଲି ଅନୁମାନ କରାଯାଉଛି । ସେହିଭଳି, ଫିଲ୍ମର କଲେକ୍ସନ ବଢିବାରେ ଲାଗିଛି । ତେବେ ଏହାକୁ ଦେଖିଲେ ଲାଗୁଛି ଖୁବ୍ ଶୀଘ୍ର ୭୫କୋଟିକୁ ଛୁଇଁବ । ଏହି ଫିଲ୍ମରେ ଅଲୁ ଅର୍ଜୁନଙ୍କ ବ୍ୟତୀତ ରଶ୍ମିକା ମନ୍ଦନା ଏବଂ ଫାହଦ୍ ଫାସିଲ ମଧ୍ୟ ଅଭିନୟ କରିଛନ୍ତି । ଏହାର ନିର୍ଦ୍ଦେଶନା ଦେଇଛନ୍ତି ସୁକୁମାର । ତେଲୁଗୁ ଏବଂ ହିନ୍ଦୀ ବ୍ୟତୀତ ମାଲାୟାଲମ୍, ତାମିଲ ଏବଂ କନ୍ନଡରେ ‘ପୁଷ୍ପା’ ରିଲିଜ୍ ହୋଇଛି ।
