କାଠୁଆ ଶୀତରେ ପ୍ରବଳ ବର୍ଷା, ଜାଣନ୍ତୁ କେଉଁ ରାଜ୍ୟରେ କେବେ ରହିଛି ଆଶଙ୍କା
ନୂଆଦିଲ୍ଲୀ : ସାରା ଭାରତବର୍ଷରେ ଏବେ ଶୀତର ଲହର ଜାରି ରହିଛି। ଯାହା ଫଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ସେପଟେ ଏହି ହାଡ ଭଙ୍ଗା ଜାଡରେ ପ୍ରବଳ ବର୍ଷା ନେଇ ସୂଚନା ମିଳିଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ବିଭିନ୍ନ ରାଜ୍ୟରେ ଏଭଳି ଶୀତ ଲହରି ସମୟରେ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗରେ ସୂଚନାନୁଯାୟୀ, କାରଣରୁ ଉତ୍ତର-ପଶ୍ଚିମ ଭାଗରେ ବର୍ଷା ସହ ବରଫପାତ ହେବାର ସମ୍ଭାବନା ରହିଛି । ଯାହା ଫଳରେ ତାପମାତ୍ରା ଖୁବ ହ୍ରାସ ହେବାକୁ ଯାଉଛି।
ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଜାନୁୟାରୀ ୪ରୁ ପାଶ୍ଚାତ୍ୟ ବିଭ୍ରାଟର ପ୍ରଭାବ ଦେଶର ଉତ୍ତର-ପଶ୍ଚିମ ଅଞ୍ଚଳରେ ଦେଖାଯିବା ଆରମ୍ଭ କରିବ। ଜାନୁଆରୀ ୪ ରୁ ୭ ମଧ୍ୟରେ ଜାମ୍ମୁ କାଶ୍ମୀର ଏବଂ ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ହେବ। ଏହା ବ୍ୟତୀତ ପଞ୍ଜାବ , ହରିୟାଣା, ଦିଲ୍ଲୀ, ଉତ୍ତର ରାଜସ୍ଥାନ ଏବଂ ପଶ୍ଚିମ ଉତ୍ତରପ୍ରଦେଶରେ ଜାନୁୟାରୀ ୫ ରୁ ୭ ମଧ୍ୟରେ ବର୍ଷା ହୋଇପାରେ। ପାଣିପାଗ ବିଜ୍ଞାନ ଅନୁଯାୟୀ ମଧ୍ୟପ୍ରଦେଶ, ଦକ୍ଷିଣ ରାଜସ୍ଥାନ ଏବଂ ଗୁଜୁରାଟରେ ଜାନୁଆରୀ ୬ ଓ ୭ ରେ ବର୍ଷା ହେବାର ଆଶଙ୍କା କରାଯାଉଛି।
ଏଠାରେ କହିରଖୁଛୁ ଯେ, ଦିଲ୍ଲୀରେ ଗତ ଶନିବାର କୁହୁଡି ଓ ଶୀତ ଲହରି ଜାରି ରହିଥିଲା । ଯାହାଫଳରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ଓ ସର୍ବୋଚ୍ଚ ତାପମାତ୍ରା ୨୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହ୍ରାସ ପାଇଥିଲା। ଆଇଏମଡି ଦିଲ୍ଲୀ ରାଜ୍ୟକୁ ୩ ଜାନୁଆରୀ ପର୍ଯ୍ୟନ୍ତ ଶୀତ ଲହର ଜାରି ରହିବା ନେଇ ଆକଳନ କରିଛି। ଆଇଏମଡିର ସୂଚନାନୁଯାୟୀ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ଓ ମଧ୍ୟ ଭାରତର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରାରେ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ । ଏବଂ ଏହାପରେ ପାଗରେ ସେମିତି କିଛି ପରିବର୍ତ୍ତନ ଦେଖାଦେଇନପାରେ। ଆଗାମୀ ୨୪ ଘଣ୍ଟାରେ ପୂର୍ବ ଭାରତର ଅଧିକାଂଶ ଭାଗରେ ତାପମାତ୍ରା କିଛି ବି ପରିବର୍ତ୍ତନ ହୋଇନାହିଁ ।
ଏହାରି ମଧ୍ୟରେ ଦିଲ୍ଲୀର ପଡ଼ୋଶୀ ରାଜ୍ୟ ଯେମିତିକି ପଞ୍ଜାବ , ରାଜସ୍ଥାନ ଓ ହରିୟାଣା ରେ ମଧ୍ୟ ୩ ଜାନୁଆରୀ ପର୍ଯ୍ୟନ୍ତ ଭୀଷଣ ଶୀତ ଲହରି ସ୍ଥିତି ରହିବା ସମ୍ଭାବନା ରହିଛି । ଆଇଏମଡି କହିଛି ଯେ, ୩ ଜାନୁଆରୀ ପର୍ଯ୍ୟନ୍ତ ପଞ୍ଜାବ, ଉତ୍ତର ରାଜସ୍ଥାନ ଓ ହରିୟାଣାରେ ପ୍ରବଳ ଶୀତ ଲହରି ଜାରି ରହିଛି । ସର୍ବନିମ୍ନରେ ତାପମାତ୍ରା ୨ ଡିଗ୍ରୀ ପର୍ଯ୍ୟନ୍ତ ଖସି ସାମାନ୍ୟ ରୁ ୬.୪ ଡିଗ୍ରୀରୁ ଅଧିକ ହୋଇଯିବ। ଆଇଏମଡି କହିଛି ଯେ, ୬ ଜାନୁଆରୀ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ୪ ରୁ ୯ ଡିଗ୍ରୀ ସେଲସିୟସ ଓ ୨୦ ରୁ ୨୧ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବ।
