ଏଯାଏଁ ଗୋଷ୍ଠୀ ସଂକ୍ରମଣ ନେଇ ପ୍ରାମାଣିକ ତଥ୍ୟ ନାହିଁ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର : ରାଜ୍ୟରେ ବର୍ତମାନ ସୁଦ୍ଧା ଗୋଷ୍ଠୀ ସଂକ୍ରମଣ ନେଇ ପ୍ରାମାଣିକ ତଥ୍ୟ ନାହିଁ । ରାଜ୍ୟର ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ସୂଚନା ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ମହାରାଷ୍ଟ୍ର ସହ ଅନ୍ୟ ରାଜ୍ୟରେ ଓମିକ୍ରନ ବଢୁଛି । ଆମକୁ ଏଥିପ୍ରତି ସଜାଗ ରହିବାକୁ ପଡ଼ିବ । ଆମ ରାଜ୍ୟରେ ବି ବଢ଼ୁଛି ସଂକ୍ରମଣ । ଗୋଷ୍ଠୀ ସଂକ୍ରମଣ ହେଉ ଅବା ନହେଉ କୋଭିଡ ସଂକ୍ରମଣ ରହିଛି । ଭାଇରସ ଅଛି ମାନେ ମାମଲା ସଂଖ୍ୟା ବଢ଼ିବ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ସଂକ୍ରମଣକୁ ରୋକିବା ହେଉଛି ସବୁଠାରୁ ବଡ଼ କଥା ହେଲା । ଟିକା ହିଁ ସଂକ୍ରମଣ ରୋକିପାରିବ । ଆଜିର ଦିନରେ ସମସ୍ତେ କୋଭିଡ ନିୟମ ମାନନ୍ତୁ ବୋଲି ସମସ୍ତଙ୍କୁ ପରାମର୍ଶ ଦିଆ ଯାଉଛି । ନିଜେ ସୁରକ୍ଷିତ ରହିବା ସହ ଅନ୍ୟମାନଙ୍କୁ ସୁରକ୍ଷିତ ରଖିବା । ଭାରତ ସରକାରଙ୍କ ପକ୍ଷରୁ ଗାଇଡଲାଇନ ଦିଆଯାଇଛି । କେତେ ପଜିଟିଭିଟି ରେଟରେ କଣ କରାଯିବ, ତାଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ସରକାର । ସ୍ୱାସ୍ଥ୍ୟ ସଚିବ ଏହାକୁ ମନିଟରିଂ କରୁଛନ୍ତି । ପ୍ରୋଟୋକାଲ ଅନୁସାରେ ଆକ୍ସନ ନିଆଯାଉଥିବା ସେ ପ୍ରକାଶ କରିଛନ୍ତି ।
