ନିୟମିତ ହେଲେ ୮ ହଜାର ୧୦୨ କନିଷ୍ଠ ଶିକ୍ଷକ
ଭୁବନେଶ୍ୱର : ନିୟମିତ ହେଲେ ୮ ହଜାର ୧୦୨ ଚୁକ୍ତି ଭିତ୍ତିକ କନିଷ୍ଠ ଶିକ୍ଷକ। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ୨୦୧୫ ମସିହା ଜାନୁଆରୀରେ ନିଯୁକ୍ତି ପାଇଥିବା କନିଷ୍ଠ ଶିକ୍ଷକଙ୍କୁ ଗଣଶିକ୍ଷା ବିଭାଗ ଆଜି ନିୟମିତ କରିଥିବା ସେ କହିଛନ୍ତି।
୬ ବର୍ଷ ୧୧ ମାସ ପରେ ଏମାନଙ୍କୁ ନିୟମିତ କରାଯାଇଛି। ଏହାରି ଭିତରେ ୪୦୦୫୨ ଜଣ ଶିକ୍ଷକଙ୍କୁ ପଦୋନ୍ନତି ଦିଆଯାଇଛି। ସେହିପରି ୨୦୨୨ ଲାଗି ୨୫୦ ବ୍ଲକରେ ଆଦର୍ଶ ବିଦ୍ୟାଳୟ ଖୋଲାଯାଇଛି। ବାକି ଅନ୍ୟ ବ୍ଲକରେ ଏବର୍ଷ ଆଦର୍ଶ ବିଦ୍ୟାଳୟ ଖୋଲାଯିବ ଏବଂ ଚଳିତ ବର୍ଷ ଷଷ୍ଠ ଶ୍ରେଣୀରୁ ପାଠପଢା ଆରମ୍ଭ କରାଯିବ। ସେପଟେ ରାଜ୍ୟର ସମସ୍ତ ସ୍କୁଲକୁ ରୂପାନ୍ତରୀକରଣ କରାଯିବା। ଏହସହିତ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ଏଗାର ହଜାର ଶିକ୍ଷକ ନିୟୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଛି। ପ୍ରାଥମିକ ଶିକ୍ଷାରୁ ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ଶିକ୍ଷାକୁ କିଭଳି ଗୁରୁତ୍ୱ ଦିଆଯିବା ଉପରେ ଧ୍ୟାନ ଦିଆଯାଉଛି।
