ଆଜିଠୁ ୧୫ ରୁ ୧୮ ବର୍ଷ ବୟସ୍କ ପିଲାଙ୍କ ପାଇଁ କୋଭିଡ୍ ଟିକା ପଞ୍ଜିକରଣ, କରିବାକୁ ପଡିବ ଏହି ପ୍ରକ୍ରିୟା
ନୂଆଦିଲ୍ଲୀ : ଆଜି ୧୫ ରୁ ୧୮ ବର୍ଷ ବୟସ୍କ ପିଲାଙ୍କ ପାଇଁ ‘କୋୱିନ୍ ପୋର୍ଟାଲ୍’ରେ କୋଭିଡ୍ ଟିକା ପଞ୍ଜିକରଣ ଆରମ୍ଭ ହେବ । ସେହିପରି କେତେକ ପିଲାଙ୍କର ଆଧାର କିମ୍ବା ଅନ୍ୟ କୌଣସି ପରିଚୟ ପତ୍ର ନ ଥିବା ସ୍ଥଳେ ଅତିରିକ୍ତ ଭାବେ ‘ଷ୍ଟୁଡେଣ୍ଟ୍ ଆଇଡି କାର୍ଡ’ (୧୦ମ ଶ୍ରେଣୀ) ସାମିଲ କରାଯାଇଛି । ଟିକାକରଣ ପାଇଁ ପଞ୍ଜିକରଣ ଆରମ୍ଭ ହେଉଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାଭୀୟ କହିଛନ୍ତି।
बच्चे सुरक्षित, तो देश का भविष्य सुरक्षित!
— Dr Mansukh Mandaviya (@mansukhmandviya) January 1, 2022
नववर्ष के अवसर पर आज से 15 से 18 वर्ष की आयु के बच्चों के #COVID19 टीकाकरण हेतु COWIN पोर्टल पर रेजिस्ट्रेशन शुरू किए जा रहें है।
मेरा परिजनों से आग्रह है की पात्र बच्चों के टीकाकरण हेतु उनका रेजिस्ट्रेशन करें। #SabkoVaccineMuftVaccine
ଏନେଇ ଟୁଇଟ୍ କରି ସେ ଲେଖିଛନ୍ତି ଯେ, ପିଲାଏ ସୁରକ୍ଷିତ ଥିଲେ ଦେଶର ଭବିଷ୍ୟତ ସୁରକ୍ଷିତ ରହିବ। ନବବର୍ଷ ଅବସରରେ ଆଜି ୧୫ ରୁ ୧୮ ବର୍ଷ ବୟସର ପିଲାମାନଙ୍କ କୋଭିଡ୍-୧୯ ଟିକାକରଣ ପାଇଁ ‘କୋୱିନ୍ ପୋର୍ଟାଲ୍’ରେ ପଞ୍ଜିକରଣ ଆରମ୍ଭ କରାଯାଉଛି। ଜନସାଧାରଣଙ୍କୁ ମୋର ଅନୁରୋଧ, ଯୋଗ୍ୟ ପିଲାମାନଙ୍କର ଟିକାକରଣ ନିମନ୍ତେ ସେମାନଙ୍କର ପଞ୍ଜିକରଣ କରାନ୍ତୁ।
ସୂଚନା ଯେ, ୧୫ ରୁ ୧୮ ବର୍ଷ ବୟସ୍କ ପିଲାମାନଙ୍କ ଟିକାକରଣ ଜାନୁଆରି ୩ ତାରିଖରୁ ଆରମ୍ଭ ହେଉଛି। ପଞ୍ଜିକରଣ କରିବା ବେଳେ ଆପ୍ରେ ତୁମକୁ ଏକ ପ୍ରଶ୍ନ ପଚାରିଯିବ। ଆପ ମାଧ୍ୟମରେ ତୁମେ କୋମୋର୍ବିଡ଼ିଟାଇଜି ଅଛ କି ନାହିଁ ପ୍ରଶ୍ନ ପଚରା ଯିବ । ଯଦି ଏହାର ଉତ୍ତରରେ ତୁମେ ହଁ କହିବ ତାହାଲେ ତୁମେ ଟିକାକରଣ ପାଇଁ ପଞ୍ଜିକରଣ କରିପାରିବ । ଏହାପରେ ତୁମକୁ ଏକ କୋମର୍ବିଡିଟି ସାର୍ଟିଫିକେଟ୍ ମିଳିଯିବ । ଏହି ସାର୍ଟିଫିକେଟ୍ ଦେଖାଇ ଟିକା ନେଇ ହେବ ।
