ପୋଲିସକୁ ପୁଣି ସଫଳତା : ମାଲକାନଗିରିରୁ ବିପୁଳ ପରିମାଣର ଔଷଧ ସହ ବିସ୍ଫୋରକ ସାମଗ୍ରୀ ଜବତ
ମାଲକାନଗିରି : ମାଲକାନଗିରି ପୋଲିସକୁ ପୁଣି ସଫଳତା । ଉଦ୍ଧାର ହେଲା ବିପୁଳ ପରିମାଣର ଔଷଧ ସହ ବିସ୍ଫୋରକ ସାମଗ୍ରୀ । ମାଲକାନଗିରି ଜିଲ୍ଲା ସ୍ଵାଭିମାନ ଅଞ୍ଚଳର ଜଡାଆମ୍ବ ଥାନା ଅନ୍ତର୍ଗତ ତାବେର ଓ ଅରିଙ୍ଗିପାଲ୍ଲୀ ଅଞ୍ଚଳରେ ସୁରକ୍ଷା କର୍ମୀଙ୍କ କମ୍ବିଂ ଅପରେସନ ସମୟରେ ଜବତ ହୋଇଛି ବିପୁଳ ପରିମାଣର ବିସ୍ଫୋରକ ସହ ମାଓ ସାମଗ୍ରୀ ।
ଆନ୍ଧ୍ର ଓଡିଶା ବର୍ଡର ସୀମାନ୍ତରେ ବିଏସ.ଏଫ, ଡି.ଭି.ଏଫ ଓ ଏସ.ଓ.ଜି ବାହିନିର ଯବାନ ମାନେ ମିଳିତ ଭାବେ କୁମ୍ବିଂ କରୁଥିବା ବେଳେ ଗୁଇନ୍ଦା ସୂଚନା ପାଇ ତାବେର ଓ ଅରିଙ୍ଗିପାଲ୍ଲୀ ଗ୍ରାମ ନିକଟରେ ମାଟି ତଳୁ ବିପୁଳ ପରିମାଣର ମାଓ ସାମଗ୍ରୀ ଉଦ୍ଧାର କରିଛନ୍ତି । ଯାହା ମଧ୍ୟରେ ୬ଟି ଟିଫିନ ବୋମା, ୨ଟି ପ୍ରେସର ଆଇଡି, ୨ଟି ୭.୬୨ର ଏମ.ଏମ ବଲ ଆମୁନେସ, ଗୋଟିଏ ଇନଶାସ ମାଗାଜିନ, ଗୋଟିଏ ହେଭରସେକ, ବିପୁଳ ପରିମାଣର ଔଷଧ, କୋଡେକ୍ସ କେବୁଲ ସହ ଅନେକ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି । ଯବାନ ଓ ସାଧାରଣ ଲୋକଙ୍କୁ ଟାର୍ଗେଟ କରି ନକ୍ସଲପନ୍ଥୀମାନେ ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଏଠାରେ ରଖିଥିବା ମାଲକାନଗିରି ଏସ.ଡି.ପିଓ କହିଛନ୍ତି । ଆଗାମୀ ଦିନରେ ମଧ୍ୟ ଏହି ଅପରେସନ ସମ୍ପୃକ୍ତ ଅଞ୍ଛଳରେ ଜାରି ରହିବ ବୋଲି ଜଣାପଡିଛି ।
