ବାଘ ଛାଲ ବିକ୍ରି ବେଳେ ଏସଟିଏଫ ଚଢ଼ାଉ : ଜଣେ ଗିରଫ, ବାଘଛାଲ ଜବତ
ଖୋର୍ଦ୍ଧା : କ୍ରାଇମବ୍ରାଞ୍ଚ ଏସଟିଏଫ ହାତରେ ପୁଣି ଧରାପଡ଼ିଲା ବାଘଛାଲ ବେପାରୀ । କଲରାପତରିଆ ବାଘ ଛାଲ ବିକ୍ରି ଉଦ୍ୟମ ବେଳେ ବନ୍ଧା ହେଲେ ଖୋର୍ଦ୍ଧାର ରତ୍ନାକର ।
ସୂଚନା ଯେ, ଖୋର୍ଦ୍ଧା ଜିଲା ବାଣପୁର ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଗାଁ ନିକଟରେ ବାଘ ଛାଲ ବିକ୍ରି ପାଇଁ ଡିଲ ଚାଲିଥିଲା । ଏ ସମୟରେ ବିଶେଷ ସୂତ୍ରରୁ ଖବର ପାଇଁ କ୍ରାଇମବ୍ରାଞ୍ଚ ଏସଟିଏଫର ଏକ ଦଳ ସେଠାରେ ଚଢାଉ କରିଥିଲା । ଗାଁର ରତ୍ନାକର ସାହୁଙ୍କୁ ଗିରଫ କରିଥିଲା ବେଳେ କଲରାପତରିଆ ବାଘଛାଲ ଜବତ କରିଛି ଏସଟିଏଫ । ଏହାସହ ଅଧିକ ତଦନ୍ତ ମଧ୍ୟ ଜାରି ରଖିଛି ।
