ଶିକ୍ଷକ ହେବାକୁ ଇଚ୍ଛା ରଖିଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର! ଖାଲିପଡିଛି ୧୧ ହଜାରରୁ ଊର୍ଦ୍ଧ୍ୱ ଶିକ୍ଷକ ପଦବୀ, ଶୀଘ୍ର କରନ୍ତୁ ଆବେଦନ
ଭୁବନେଶ୍ୱର: ବେକାର ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର । ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ଡିଏସଇ ଓଡିଶା ଶିକ୍ଷା ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ଡିଏସଇ ଓଡ଼ିଶା ଶିକ୍ଷା ୨୦୨୨ ପାଇଁ ବିଜ୍ଞପ୍ତି ଜାରି କରିଛି । ଓଡିଶାରେ ଟିଜିଟି ଏବଂ ଅନ୍ୟ ପଦବୀରେ ୧୧ ହଜାର ଶିକ୍ଷକ ଭର୍ତ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ଡିଏସଇ ଓଡ଼ିଶା ଶିକ୍ଷା ଅଧିନରେ ଓଡିଶାରେ ଟିଜିଟି ଏବଂ ଅନ୍ୟ ପଦବୀରେ ୧୧ ହଜାର ଶିକ୍ଷକ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୋଗ୍ୟ ଏବଂ ଆଶାୟୀ ପ୍ରାର୍ଥୀ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ଡିଏସଇ ଓଡିଶା ଶିକ୍ଷା ୱେବସାଇଟ dseodisha.inକୁ ଯାଇ ଅନଲାଇନ୍ ଆବେଦନ କରିପାରିବେ। ତେବେ ଅନଲାଇନ ଆବେଦନ କରିବାର ପ୍ରକ୍ରିୟା ୩ ଜାନୁଆରୀ ୨୦୨୨ରୁ ଆରମ୍ଭ ହୋଇ ୩୧ ଜାନୁଆରୀ ୨୦୨୨ରେ ସମାପ୍ତ ହେବ।
ହିନ୍ଦୀ ଶିକ୍ଷକ ପଦବୀ ପାଇଁ ୧୭୫୩ଟି, ସଂସ୍କୃତ ଶିକ୍ଷକ ପଦବୀ ପାଇଁ ୧୧୮୮ଟି, ତେଲୁଗୁ ଶିକ୍ଷକ ପଦବୀ ପାଇଁ ୨୨ଟି , ଟିଜିଟି ଆର୍ଟ୍ସ ପଦବୀ ପାଇଁ ୩୩୦୮ଟି, ଟିଜିଟି ବିଜ୍ଞାନ (ପିସିଏମ) ପଦବୀ ପାଇଁ ୨୩୭୦ଟି, ଟିଜିଟି ବିଜ୍ଞାନ (ସିବିଜେଡ) ପଦବୀ ପାଇଁ ୧୫୪୪ଟି ଓ ପିଇଟି (ପିଇଟି) ପାଇଁ ୧୨୧୮ଟି ପଦବୀ ରହିଛି । ଏହି ସବୁ ପଦବୀରେ ଆବେଦନ କରିବା ପାଇଁ କୌଣସି ମାନ୍ୟତାପ୍ରାପ୍ତ ୟୁନିଭରସିଟି ବା ସଂସ୍ଥାରୁ ସମ୍ବନ୍ଧୀତ ବିଷୟରେ ବ୍ୟାଚଲର ଡିଗ୍ରୀ କରିଥିବା ଜରୁରୀ ଅଟେ । ସାମାନ୍ୟ ଏବଂ ଓବିସି ବର୍ଗ ପାଇଁ ଆବେଦନ ଶୁଳ୍କ ୬୦୦ ଟଙ୍କା ରହିଥିବା ବେଳେ ଅନୁସୂଚିତ ଜାତି ଓ ଜନଜାତି ଏବଂ ପିଡ଼ବ୍ଲୁଡ଼ି ପ୍ରାର୍ଥୀଙ୍କ ପାଇଁ ୪୦୦ ଟଙ୍କା ଶୁଳ୍କ ରହିଛି । ଆବେଦନକାରୀଙ୍କ ବୟସ ସୀମା ଅତିକମରେ ୨୧ ବର୍ଷ ଏବଂ ସର୍ବାଧିକ ୩୨ ବର୍ଷ ହୋଇଥିବା ଜରୁରୀ। ପଦବୀ ପାଇଁ ପରୀକ୍ଷା ସମ୍ଭବତଃ ମାର୍ଚ୍ଚ ପ୍ରଥମ ସପ୍ତାହରେ ହେବ।ଏହି ଭର୍ତ୍ତି ପାଇଁ ଚୟନ ପାଇଁ ପ୍ରଥମେ ଅନଲାଇନ ପରୀକ୍ଷା ହେବ। ସଂସ୍କୃତ ଶିକ୍ଷକ, ହିନ୍ଦୀ ଶିକ୍ଷକ, ତେଲୁଗୁ ଶିକ୍ଷକ ଏବଂ ଫିଜିକାଲ ଏଜୁକେସନ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ଏହି ପଦବୀ ଚୁକ୍ତିଭିତ୍ତିକ ହେବ।
