ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଶ୍ରମିକ ମୃତ
ବୌଦ୍ଧ : ବୌଦ୍ଧ ଜିଲା ହରଭଙ୍ଗl ବ୍ଲକ୍ ନୂଆପଡ଼ା ଗ୍ରାମରେ ଦେଖିବାକୁ ମିଳିଛି ଏହି ପରି ଘଟଣା । ଘର ଛାତ ପକାଇବାକୁ ପ୍ରସ୍ତୁତି କରୁଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଶ୍ରମିକ ମୃତ । ମୃତକ ଜଣଙ୍କ ହେଲେ ଚମ୍ପାମାଲ ଗ୍ରାମର ମାନସ ନାଏକ ।
ସୂଚନା ଯେ, ନୂଆପଡା ଗ୍ରାମର ଟିକିରାସାହିଠାରେ ଏକ ନିର୍ମାଣାଧୀନ ଘରର ଛାତ ପକାଇବାକୁ ପ୍ରସ୍ତୁତି କରୁଥିବା ସମୟରେ ଛାତ ଉପର ଦେଇ ଯାଇଥିବା ୩୩ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ଘଟଣାସ୍ଥଳରେ କାମ କରୁଥିବା ଅନ୍ୟ ଶ୍ରମିକମାନେ ତାଙ୍କୁ ଉଦ୍ଧାର କରି ପୁରୁଣା କଟକ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁରୁଣା କଟକ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।
