୨୦୨୨ରେ ପ୍ରେମରେ ସଫଳତା ହାସଲ କରିବେ ଏହି ରାଶିର ବ୍ୟକ୍ତି, ଜାଣନ୍ତୁ କେଉଁ କେଉଁ ରାଶି?
୨୦୨୨ ଆରମ୍ଭ ହେବାକୁ ଆଉ ଅଳ୍ପ ଦିନ ବାକି ରହିଲା । ଅନେକ ଲୋକଙ୍କ ମନରେ ଏହି ଭାବନା ରହିଥିବ ୨୦୨୨ ମସିହା କିପରି ରହିବ । ୨୦୨୧ରେ ଯେଉଁ କଷ୍ଟ ଥିଲା । ତାହା ୨୦୨୨ ଭରଣ କରିପାରିବ କି ? ତେବେ ୨୦୨୨ରେ ଏହି ୩ଟି ରାଶିର ବ୍ୟକ୍ତି ପ୍ରେମରେ ସଫଳତା ହାସଲ କରିବେ । ଯଦି କିଛି ଦୂରତା କିମ୍ବା ତିକ୍ତତା ରହିଛି । ଏହାର ମଧ୍ୟ ସମାଧାନ ହୋଇଯିବ । ଏହାସହ ଆପଣ ଯାହାଙ୍କୁ ପ୍ରେମ କରୁଛନ୍ତି, ତାଙ୍କୁହିଁ ଜୀବନସାଥୀ ରୂପେ ପାଇବେ । ତେବେ ଜାଣନ୍ତୁ ସେହି ୩ଟି ରାଶି କ’ଣ ?
ମକର: ୨୦୨୨ ମସିହା ମକର ରାଶିର ବ୍ୟକ୍ତିବିଶେଷଙ୍କୁ ତାଙ୍କ ସହ ଭେଟ କରାଇବ । ଯଦି ଆପଣ କାହା ସାମ୍ନାରେ ପ୍ରେମ ପ୍ରସ୍ତାବ ଦେବାକୁ ଯୋଜନା କରୁଛନ୍ତି, ତେବେ ଏହା ହେଉଛି ସର୍ବୋତ୍ତମ ସମୟ । ଯଦି ଆପଣଙ୍କ ପ୍ରେମ ସମ୍ପର୍କରେ ଦୂରତା କିମ୍ବା ତିକ୍ତତା ରହିଛି ତାହା ମଧ୍ୟ ଦୂର ହୋଇଯିବ । କହିବାକୁ ଗଲେ ୨୦୨୨ ଆପଣଙ୍କ ପ୍ରେମକୁ ଆପଣଙ୍କ ଜୀବନସାଥି ହେବାର ସୁଯୋଗ ଦେବ ।
କୁମ୍ଭ: ପ୍ରେମ ସମ୍ପର୍କକୁ ସ୍ୱୀକୃତି ମିଳିବ । ପରିବାର ଲୋକଙ୍କ ଆର୍ଶୀବାଦ ମିଳିବ । ତୁମର ଜୀବନସାଥୀ ତୁମର ସାହାଯ୍ୟକାରୀ ବୋଲି ପ୍ରମାଣିତ ହେବ । ତୁମର ଦାମ୍ପତ୍ୟ ଜୀବନ ଅନନ୍ତ ପ୍ରେମର କିଛି ମୁହୂର୍ତ୍ତ ସହିତ ଏକ ସୁନ୍ଦର ମୋଡ଼ ନେବ । ଏହାସହ ନିଜ ପ୍ରେମଠୁ ଏକ ସୁନ୍ଦର ଉପହାର ପାଇପାରନ୍ତି ।
ମୀନ: ପ୍ରେମ ସମ୍ପର୍କ ଅନୁକୂଳ ହେବ । ସଂପର୍କରେ ଯେକୈାଣସି ପ୍ରକାରର ମତଭେଦ ସହଜରେ ସମାଧାନ ହେବ । ପ୍ରେମୀ ଯୁଗଳଙ୍କ ମିଳନ ହୋଇପାରେ । ପରିବାର ସଦସ୍ୟ ଆପଣଙ୍କ ବିବାହ ପାଇଁ ସହମତି ପ୍ରକାଶ କରିବେ । ଆପଣ ଯାହାଙ୍କୁ ପ୍ରେମ କରୁଛନ୍ତି ତାଙ୍କୁ ହିଁ ଜୀବନସାଥି ଭାବେ ପାଇବେ ।
