ଓଡିଶାରେ କାୟା ମେଲାଉଛି ଓମିକ୍ରନ : ଆଉ ୪ ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର : ଓଡିଶାରେ କାୟା ମେଲାଉଛି ଓମିକ୍ରନ । ଦିନକୁ ଦିନ ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ଏବେ ପୁଣି ରାଜ୍ୟରେ ଆଉ ୪ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ମାମଲା ୮କୁ ବୃଦ୍ଧି ପାଇଛି । ଏନେଇ ଆଇଏଲଏସ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନା ଯେ, ପ୍ରଥମେ ୨୧ ତାରିଖରେ ଦୁଇ ଜଣ, ପରେ ୨୩ ତାରିଖରେ ଆଉ ଦୁଇ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ପ୍ରଥମେ ଚିହ୍ନଟ ହୋଇଥିବା ଦୁଇ ଜଣ ନାଇଜେରିଆ ଏବଂ କାତାରରୁ ଫେରିଥିଲେ। ରାଜ୍ୟରେ ଦିନକୁ ଦିନ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ ସାରା ବିଶ୍ୱରେ କରୋନାର ନୂଆ ପ୍ରଜାତି ଓମିକ୍ରନର ସଂକ୍ରମଣ ବଢିବାରେ ଲାଗିଛି।
