ଆମେ ପାଦେ ପଛକୁ ଆସିଛୁ କିନ୍ତୁ ପୁଣି ଆଗକୁ ବଢ଼ିବୁ : କୃଷିମନ୍ତ୍ରୀ
The Union Minister for Agriculture and Farmers Welfare, Shri Narendra Singh Tomar holding a press conference on Cabinet Decisions, in New Delhi on August 18, 2021.
ନୂଆଦିଲ୍ଲୀ: କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କୃଷି ସୁଧାରକୁ ନେଇ ବଡ଼ ବୟାନ ଦେଇଛନ୍ତି। କୃଷି ଆଇନ ପାରିତ ହେବା ଓ ବର୍ଷକ ପରେ ପ୍ରତ୍ୟାହୃତ ହେବାର ଲମ୍ବା ଘଟଣାକ୍ରମ ମଧ୍ୟରେ କୃଷିମନ୍ତ୍ରୀ କହିଛନ୍ତି ଯେ, ଆମେ ପାଦେ ପଛକୁ ଆସିଛୁ କିନ୍ତୁ ପୁଣି ଆଗକୁ ବଢ଼ିବୁ। କୃଷି କ୍ଷେତ୍ରରେ ନିଜସ୍ୱ ନିବେଶର ଆଜି ବି ଅଭାବ ରହିଛି। ଆମେ କୃଷି ଆଇନରେ ସୁଧାର ଆଣିଥିଲୁ କିନ୍ତୁ କିଛି ଲୋକ ସହି ପାରିଲେନି। ୭୦ ବର୍ଷର ସ୍ୱାଧୀନତା ପରେ ଏହା ସବୁଠୁ ବଡ଼ ସୁଧାର ଥିଲା ଯାହାକି ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆଗକୁ ବଢ଼ିଥିଲା। ହିନ୍ଦୁସ୍ତାନର କୃଷକ ଦେଶର ମେରୁଦଣ୍ଡ। ଯଦି କୃଷକ ଆଗକୁ ବଢ଼ିବ ତେବେ ଦେଶ ନିଶ୍ଚିତ ରୂପେ ସୁଦୃଢ଼ ହେବ।
କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ଏହି ବୟାନ ପରେ କଂଗ୍ରେସ ନେତା ରଣଦୀପ ସିଂହ ସୂର୍ଯ୍ୟେୱାଲା ପ୍ରତିକ୍ରିୟା ଦେବାକୁ ଯାଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସୂର୍ଯ୍ୟେୱାଲା କହିଛନ୍ତି ଯେ, କୃଷକ ବିରୋଧୀ ଷଡ଼ଯନ୍ତ୍ରର ପର୍ଦାଫାଶ ହୋଇଛି। ନିର୍ବାଚନ ପରେ କୃଷକଙ୍କୁ ପୁଣି ଟାର୍ଗେଟ କରାଯିବ। ମୋଦୀ ଜୀ ୩ କଳା କୃଷି ଆଇନ ପାଇଁ କ୍ଷମା ମାଗୁଥିବାବେଳେ ଦେଶର କୃଷି ମନ୍ତ୍ରୀ ତାକୁ ପୁଣିଥରେ ଠିକ କହୁଛନ୍ତି। ମୋଦୀ ସରକାର ୩ କୃଷି ଆଇନକୁ ଶେଷ କରିଥିବାବେଳେ କୃଷିମନ୍ତ୍ରୀ କହୁଛନ୍ତି ପୁଣି ଆଣିବେ।
