ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ଅଧ୍ୟାଦେଶ ସମ୍ପର୍କିତ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ, ସମିତିସଭ୍ୟ ଏବଂ ଜିଲ୍ଲାପରିଷଦ ଏମାନେ ସମସ୍ତେ ତାଙ୍କର ସତ୍ୟପାଠ ଦାଖଲ କରିବେ । ତାଙ୍କର ସତ୍ୟପାଠ ଦାଖଲ ସମୟରେ ତାଙ୍କର ସମ୍ପତି କ’ଣ କରିଛି ସେ ସତ୍ୟପାଠ ଦାଖଲ କରିବେ, ତାଙ୍କ ନା’ରେ କିଛି ଅପରାଧିକ ମାମଲା ଅଛି ସେ ସମ୍ପର୍କିତ ତଥ୍ୟ ମଧ୍ୟ ଦାଖଲ କରିବେ ଏବଂ ତାଙ୍କର ଶିକ୍ଷାଗତ ଯୋଗ୍ୟତା କ’ଣ ଅଛି ସେ ସମ୍ପର୍କରେ ମଧ୍ୟ ସତ୍ୟପାଠରେ ଦାଖଲ କରିବେ ।
ଯଦି ସେଥିମଧ୍ୟରୁ କୌଣସି ତୃଟି ଥାଏ ତାହାହେଲେ ପରବର୍ତ୍ତି ସମୟରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଣିକି ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ସତ୍ୟପାଠ ଜରିଆରେ ତଥ୍ୟ ଦେବେ । ଅପରାଧିକ ମାମଲା, ସମ୍ପତି, ଶିକ୍ଷାଗତ ଯୋଗ୍ୟତାର ତଥ୍ୟ ଦେବାକୁ ବାଧ୍ୟତାମୂଳକ କରାଯାଇଛି । ନାମାଙ୍କନ ପତ୍ର ଦାଖଲ ବେଳେ ପ୍ରାଥ୍ରୀମାନେ ଏହି ତଥ୍ୟ ଦାଖଲ କରିବେ । ଯଦି ପ୍ରାର୍ଥୀ ଭୁଲ ତଥ୍ୟ ଦିଅନ୍ତି ସେଥିପାଇଁ ୬ମାସ ପର୍ଯ୍ୟନ୍ତ ଜେଲ୍ ସହ ଜରିମାନା ଦେବାକୁ ପଡ଼ିବ । ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଦସ୍ୟଙ୍କ ପାଇଁ ଏହି ନିୟମ ଲାଗୁ ହେବ । ଏ ନେଇ ଅଧ୍ୟାଦେଶ ସମ୍ପର୍କିତ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କଲା ଆଇନ୍ ବିଭାଗ । ଏହା ଦ୍ୱାରା ଓଡ଼ିଶା ପଞ୍ଚାୟତ ଆଇନ୍ର ସଂଶୋଧନ କରାଯିବ ।
