ମେଲବର୍ଣ୍ଣରେ ଖେଳାଳିଙ୍କୁ ମିଳୁନି ଖାଦ୍ୟ! ରାଗି ଏପରି କଲେ ୱାର୍ଣ୍ଣର
ନୂଆଦିଲ୍ଲୀ : ବର୍ତ୍ତମାନର ବ୍ୟସ୍ତବହୁଳତା ଜୀବନ ମଧ୍ୟରେ ଅଧିକାଂଶ ଲୋକ ସମୟ ବଞ୍ଚାଇବାକୁ ନାନା ଉପାୟ ଖୋଜୁଛନ୍ତି। କୋରୋନା ପାଇଁ ବାହାରକୁ ଯିବା ଓ ରେସ୍ତୋରାଁରେ ଖାଇବା ମଧ୍ୟ କମ ହୋଇଯାଇଛି। ଲୋକେ ଘରେ ରହି ଅନଲାଇନରେ ନିଜ ମନପସନ୍ଦର ଖାଦ୍ୟ ମଗାଇ ଖାଇବାକୁ ପସନ୍ତ କରୁଛନ୍ତି। ଆଉ ଏହି ସେବା ଯୋଗାଇଦେବାକୁ ଜୋମାଟୋ, ଉବର ଇଟ୍, ଡୋମିନୋସ ଭଳି ଅନେକ ଷ୍ଟାଟପ୍ସ ଆରମ୍ଭ ହୋଇଛି। କିନ୍ତୁ ଅଷ୍ଟ୍ରେଲିଆର ମେଲବର୍ଣ୍ଣ ସହରରେ ସବୁ ସୁବିଧା ଥାଇ ମଧ୍ୟ ଦେଶର ଭେଟେରାନ କ୍ରିକେଟରଙ୍କୁ ଭୋକିଲା ରହୁଛନ୍ତି।
ଅଷ୍ଟ୍ରେଲିଆର ଭେଟେରାନ କ୍ରିକେଟର ଡେଭିଡ୍ ୱାର୍ଣ୍ଣର ଏକ ଟ୍ୱିଟ କରିଛନ୍ତି। ସେ ସେଥିରେ ପ୍ରଶ୍ନ କରିଛନ୍ତି ଯେ, ମେଲବର୍ଣ୍ଣ ରେ କାହିଁକି ଉବର ଇଟ୍ ବାରମ୍ବାର ଅର୍ଡର କ୍ୟାନ୍ସଲ କରୁଛି? ଆଫଗାନିସ୍ତାନ କ୍ରିକେଟର ରସିଦ ଖାନ ମଧ୍ୟ ସେହି ସମାନ ଅଭିଯୋଗ ଆଣିଛନ୍ତି। ରସିଦ କହିଛନ୍ତି ଯେ, ସେ ଯେତେବେଳେ ମେଲବର୍ଣ୍ଣରେ ଥିଲେ, ସେତେବେଳେ ତାଙ୍କ ସହ ମଧ୍ୟ ସମାନ ଘଟଣା ଘଟଥିଲା। ଅନେକ ଭାରତୀୟ ୟୁଜର୍ସ ମଧ୍ୟ ଉବର ଇଟର ସେବାରେ ଅସନ୍ତୁଷ୍ଟ ଥିବା ନେଇ ୱାର୍ଣ୍ଣରଙ୍କ ଟ୍ୱିଟରେ ପ୍ରତିକ୍ରିୟା ଦେଇଛନ୍ତି।
ଡେଭିଡ୍ ୱାର୍ଣ୍ଣରଙ୍କ ଟ୍ୱିଟ ପରେ ଉବର କମ୍ପାନୀ ନିଜର ପ୍ରତିକ୍ରିୟା ଦେଇଛି। କମ୍ପାନୀ କହିଛି ଯେ, ଏହି ସମସ୍ୟା ଉପରେ ଆମେ ନଜର ରଖିଛୁ। ଆପଣ ସିଧାସଳଖ ଆମ ସହ ଯୋଗାଯୋଗ କରନ୍ତୁ, ଆମେ ସମାଧାନ କରିବୁ। କେବଳ ଯେ ଉବର ଇଟର ସେବା ଉପରେ ଅଭିଯୋଗ ହୋଇନାହିଁ, ଉବର କ୍ୟାବର ସେବାକୁ ନେଇ ମଧ୍ୟ ଟ୍ୱିଟରରେ କ୍ଷଭୋ ଦେଖିବାକୁ ମିଳିଛି। ହାଇଦ୍ରାବାଦରେ କାହିଁକି ଉବର ଡ୍ରାଇଭରମାନେ ବାରମ୍ବାର ରାଇଡ୍ କ୍ୟାନସଲ କରୁଛନ୍ତି ବୋଲି ସୌମ୍ୟା ନାମକ ଜଣେ ୟୁଜର୍ସ ପ୍ରଶ୍ନ କରିଛନ୍ତି।
