ଇଣ୍ଡିଆନ ରଗବୀ ଫୁଟବଲ ୟୁନିୟନର ନୂଆ ସଭାପତି ରାହୁଲ ବୋଷ
ଭୁବନେଶ୍ୱର : ଇଣ୍ଡିଆନ ରଗବୀ ଫୁଟବଲ ୟୁନିୟନକୁ ମିଳିଛି ତାର ନୂଆ ସଭାପତି । ଅଭିନେତା ତଥା ପୂର୍ବରୁ ବୋର୍ଡର ସଦସ୍ୟ ରହି ଆସିଥିବା ରାହୁଲ ବୋଷ ରଗବୀ ଇଣ୍ଡିଆର ନୂଆ ସଭାପତି ନିର୍ବାଚିତ ହୋଇଛନ୍ତି । ଏନେଇ ତାଙ୍କୁ ଟ୍ବିଟ କରି ଶୁଭେଚ୍ଛା ଜଣାଛନ୍ତି କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ।
ସଭାପତି ଚୟନ ନିର୍ବାଚନରେ ରାହୁଲ ପୂର୍ବତନ ସଭାପତି ବିକ୍ରମ ଆହୁଜାଙ୍କୁ ୨୯-୨୧ ଭୋଟରେ ପରାସ୍ତ କରିଛନ୍ତି । ଉଭୟ ରଗବୀ ଆସୋସିଏସନ ଅଫ ମହାରାଷ୍ଟ୍ରରୁ ପ୍ରତିନିଧିତ୍ବ କରୁଥିଲେ । ସଭାପତି ପଦରେ ପରିବର୍ତ୍ତନ ହୋଇଛି ମାତ୍ର ସମ୍ପାଦକ ପଦ ବଜାୟ ରହିଛି । କର୍ଣ୍ଣାଟକ ରଗବୀ ୟୁନିୟନରୁ ପ୍ରତିନିଧିତ୍ବ କରୁଥିବା ଆଣ୍ଟୋନି ପ୍ରଭୁ ସମ୍ପାଦକ ଅଛନ୍ତି । ଏହା ପୂର୍ବରୁ ବିକ୍ରମ ଆହୁଜା ସନୟା ମେହେଟା ବ୍ୟାସ କୋଷାଧକ୍ଷ ଥିଲେ ।
ରାହୁଲ ରଗବୀର ପ୍ରଚାର ପ୍ରସାର ପାଇଁ ତୂଣମୂଳ ସ୍ତରରେ ପ୍ରଚାର ପ୍ରସାର କରି ଆସୁଛନ୍ତି । ରଗବୀ ଇଣ୍ଡିଆର ମୁଖ୍ୟ ହୋଇଥିବାରୁ ଭାରତୀୟ ରଗବୀ ଏକ ନୂଆ ସୋପାନରେ ପହଞ୍ଚିବ ବୋଲି ଆଶା କରାଯାଉଛି । ରଗବୀରେ ତାଙ୍କର ଅବଦାନ ଅତୁଳନୀୟ ଏବଂ ତୃଣମୂଳ ସ୍ତରରେ କାର୍ଯ୍ୟ କରିବାକୁ ତାଙ୍କର ପାରଦର୍ଶୀତା, ଉତ୍ସାହ ଏବଂ ପ୍ରତିବଦ୍ଧତା ରଗବି ଭାରତରେ ନୂତନ ଉଚ୍ଚତାକୁ ଛୁଇଁବାରେ ସାହାଯ୍ୟ କରିବ ବୋଲି କହିଛନ୍ତି କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ।
