ନୂଆ ଘରକୁ ପୂଜା କଲେ ବିକି-କ୍ୟାଟ୍, ଖୁବଶୀଘ୍ର ହେବେ ସ୍ଥାନାନ୍ତର
ମୁମ୍ବାଇ : ନବ ବିବାହିତ କପଲ୍ ବିକି କୌଶଲ ଓ କ୍ୟାଟ୍ରିନା କୈଫ ମୁମ୍ବାଇରେ ଥିବା ନିଜ ନୂଆ ଘରକୁ ଖୁବଶୀଘ୍ର ସ୍ଥାନାନ୍ତର ହେବାକୁ ଯାଉଛନ୍ତି । ଏହି କପଲ୍ଙ୍କ ଘରେ ବାହାରେ କିଛିଟା ଭିଡ଼ ଦେଖିବାକୁ ମିଳିଥିଲା । ନୂଆ ଘରର ପୂଜା ପାଇଁ ପଣ୍ଡିତ ଓ ବିକିଙ୍କ ପିତାମାତା ଘର ଭିତରକୁ ଯାଉଥିବା ଦେଖିବାକୁ ମିଳିଛି ।
ମିଡ଼ିଆ ରିପୋର୍ଟ ଅନୁସାରେ କ୍ୟାଟ୍ରିନା ଓ ବିକିଙ୍କ ନୂଆ ଘରର ପୂଜା ପ୍ରାୟ ସକାଳ ୮ଟାରୁ ଆରମ୍ଭ ହୋଇଥିଲା ଓ ପରିବାର ବର୍ଗ ସମୟରେ ପୂଜାସ୍ଥଳରେ ପହଞ୍ଚିଥିଲେ । କପଲ୍ ଘରକୁ ସ୍ଥାନାନ୍ତର କରିବେ ବୋଲି ଜଣାପଡ଼ିଛି । ଏହି କପଲ୍ ଜୁହୁ ନିକଟରେ ଏକ ଆପାର୍ଟମେଣ୍ଟ କିଣିଛନ୍ତି । କ୍ୟାଟ୍ରିନା ଓ ବିକିଙ୍କ ଘରର ବାଲକୋନିରୁ ଜୁହୁ ସମୁଦ୍ରକୂଳ ନଜର ଆସୁଥିବା ଜଣାପଡ଼ିଛି । ଏହି କପଲ୍ ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ପଡୋଶୀ ହେବାକୁ ଯାଉଛନ୍ତି ।
ତେବେ ଏ ସମ୍ପର୍କରେ ଅନୁଷ୍କା ଶର୍ମା ନିଜ ସୋସିଆଲ ମିଡ଼ିଆରେ ପୋଷ୍ଟରେ ସ୍ପଷ୍ଟ କରିଥିଲେ । ସେ କ୍ୟାଟ୍ରିନାଙ୍କୁ ବିବାହର ଶୁଭେଚ୍ଛା ଜଣାଇ ଲେଖିଥିଲେ ଯେ, ” ବହୁତ ଖୁସିର କଥା ହେଉଛି ତୁମେ ଶେଷରେ ବିବାହ କଲ । ଆଉ ଏବେ ଖୁବଶୀଘ୍ର ନିଜ ଘରକୁ ଆସିପାରିବ । ଆମକୁ ଆଉ ଘର ନିର୍ମାଣର ଶବ୍ଦ ଶୁଣିବାକୁ ପଡ଼ିବ ନାହିଁ । ” ଏପରି ଲେଖିଥିଲେ ଅନୁଷ୍କା ।
