ଉତ୍ତରାଖଣ୍ଡର ରାଜ୍ୟ ବ୍ରାଣ୍ଡ ଆମ୍ବାସଡର ଋଷଭ ପନ୍ତ
ଡେରାଡୁନ୍ : ଉତ୍ତରାଖଣ୍ଡ ସରକାର ରବିବାର ଭାରତୀୟ ବ୍ୟାଟ୍ର ଋଷଭ ପନ୍ତଙ୍କୁ ରାଜ୍ୟ ବ୍ରାଣ୍ଡ ଆମ୍ବାସଡର ନିଯୁକ୍ତ କରିଛନ୍ତି । କ୍ରୀଡା ଓ ଜନସ୍ବାସ୍ଥ୍ୟ ଦିଗରେ ରାଜ୍ୟ ଯୁବ ପ୍ରତିଭାଙ୍କୁ ପ୍ରେରିତ କରିବା ଲକ୍ଷ୍ୟରେ ଉତ୍ତରାଖଣ୍ଡ ସରକାର ଏହି ନିର୍ଣ୍ଣୟ ନେଇଥିବା ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଟ୍ବିଟ୍ ଯୋଗେଁ ଘୋଷଣା କରିଛନ୍ତି । ପନ୍ତଙ୍କୁ ଅନ୍ୟତମ ଶ୍ରେଷ୍ଠ ଭାରତୀୟ କ୍ରିକେଟ ଖେଳାଳି, ଓ ଯୁବକଙ୍କ ଆଦର୍ଶ କହିବା ସହ ରାଜ୍ୟର ବ୍ରାଣ୍ଡ ଆମ୍ବାସଡର୍ ନିଯୁକ୍ତ କରାଯାଇଛି ବୋଲି ଟ୍ବିଟ୍ରେ ଉଲ୍ଲେଖ କରିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ।
ଋଷଭ ପନ୍ତ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ଶେଷଥର ନଜର ଆସିଥିଲେ । ଏହି ସିରିଜକୁ ମେନ ଇନ୍ ବ୍ଲୁ ୩-୦ରେ ଜିତି ନେଇଥିଲା । ବର୍ତ୍ତମାନ ପନ୍ତ ଦକ୍ଷିଣ ଆଫ୍ରକା ଗସ୍ତରେ ଥିବା ଭାରତୀୟ ଟେଷ୍ଟ ସ୍କ୍ବାଡ୍ ସହିତ ଜୋହାନ୍ସବର୍ଗରେ ରହିଛନ୍ତି । ଭାରତ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବା ନେଇ ସୂଚୀ ରହିଛନ୍ତି ।
