ଝାରସୁଗୁଡା ଜିଲା ସିନିୟର ଆନ୍ତଃ କ୍ଳବ କ୍ରିକେଟ୍ ୫ମ ଦିନ : ପୋଗ୍ରେଶିଭ ଓ ସାଇନିକ ଷ୍ଟାର କ୍ରିକେଟ କ୍ଳବ ବିଜୟୀ
ଝାରସୁଗୁଡ଼ା : ଓଡ଼ିଶା କ୍ରିକେଟ ସଂଘର ଭିଜନ-୨୪ ଲକ୍ଷ୍ୟରେ ଝାରସୁଗୁଡ଼ା ଜିଲା କ୍ରିକେଟ ଆସୋସିଏନ ତରଫରୁ ସିନିୟର ବାଳକ ମାନଙ୍କର ଆନ୍ତଃ କ୍ଳବ କ୍ରିକେଟ ମ୍ୟାଚ ଝାରୁସୁଗୁଡା ସାଇନିକ ଷ୍ଟାର କ୍ରିକେଟ କ୍ଳବ ଓ ସ୍ପୋଟସ ଆଇକନ କ୍ଳବ ମଧ୍ୟରେ ବି.ଟି ଏମ ପଡିଆରେ ମ୍ୟାଚ ଅନୁଷ୍ଠିତ ହୋଇ ଥିଲା । ଝାରୁସୁଗୁଡା ସାଇନିକ ଷ୍ଟାର କ୍ରିକେଟ କ୍ଳବ ଟସ୍ ଜିତି ବ୍ୟାଟିଙ୍ଗ ନେଇ ୫୦ଓଭରରେ ୭ ଉଇକେଟ ହରାଇ ୪୦୧ ରନ କରିଥିଲା ଦଳର ମୁଜାଉଦିନ ହକ୍ ସର୍ବଧିକ ୮୭ ବଲ ଖେଳି ୧୪୦ ରନ କରି ଥିଲେ ସେଥିରେ ୧୭ଟି ଚଉକା ୫ଟିଛକା ରହି ଥିଲା । ସ୍ପୋଟସ ଆଇକନ କ୍ଳବ ୩୦.୨ ଓଭର ରେ ସମସ୍ତ ଉଇକେଟ ହରାଇ ୧୩୭ ରନ କରିବାକୁ ସକ୍ଷମ ହୋଇ ଥିଲା । ସାଇନିକ ଷ୍ଟାର କ୍ରିକେଟ କ୍ଳବ ୨୬୪ ରନ ରେ ବିଜୟୀ ହୋଇ ଥିଲା । ମୁଜାଉଦିନ ହକ୍ ଦୁଇଟି ଉଇକେଟ ନେଇ ୧୪୦ ରନ କରି ନଟ ଆଉଟ ରହି ଥିଲେ । ଅତିଥି ଙ୍କ ଠାରୁ ମ୍ୟାନ ଅଫ ଦି ମ୍ୟାଚ ଟ୍ରଫି ଗହ୍ରଣ କରି ଥିଲେ ।
ବ୍ରଜରାଜନଗର ଓରିଏଟ କୋଲିଆରି ପଡିଆ ଠାରେ ଝାରସୁଗୁଡା ଗ୍ରିନ୍ କ୍ରିକେଟ କ୍ଳବ ଓ ପୋଗ୍ରେଶିଭ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇ ଥିଲା । ଝାରସୁଗୁଡା ଗ୍ରିନ୍ କ୍ରିକେଟ କ୍ଳବ ଟସ୍ ଜିତି ୪୬ ଓଭର ରେ ସମସ୍ତ ଉଇକେଟ ହରାଇ ୧୫୪ ରନ କରି ଥିବା ବେଳେ ପୋଗ୍ରେଶିଭ କ୍ଳବ ୨୪.୫ ଓଭର ରେ ୩ ଉଇକେଟ ହରାଇ ୧୫୮ରନ କରି ୭ ଉଇକେଟରେ ବିଜୟୀ ହୋଇ ଥିଲା । ପୋଗ୍ରେଶିଭ କ୍ଳବର ଏମଡି କୁରେସି ୪ ଉଇକେଟ ନେଇ ଅତିଥି ଙ୍କ ଠାରୁ ମ୍ୟାନ ଅଫ ଦି ମ୍ୟାଚ ଟ୍ରଫି ଗହ୍ରଣ କରି ଥିଲେ । ଝାରସୁଗୁଡ଼ା ବିଟିଏମ ପଡିଆ ଠାରେ ୫ମ ଦିନରେ ଦିନରେ ଝାରସୁଗୁଡା ଏୟାର ପୋର୍ଟର ମୁଖ୍ୟ ପରିଚାଳକ ପବନ କୁମାର ଯୋତିଷି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଖେଳାଳି ମାନଙ୍କ ସହିତ ପରିଚିତ ହୋଇଥିଲେ । ମୁଖ୍ୟ ଅତିଥିଙ୍କୁ ଝାରସୁଗୁଡ଼ା ଜିଲ୍ଳା କ୍ରିକେଟ ଆସୋସିଏନ ତରଫରୁ ପୁଷ୍ପଗଛ ପ୍ରଦାନ କରି ସମ୍ମାନୀତ କରି ଥିଲେ । ଜିଲ୍ଳା କ୍ରିକେଟ ଆସୋସିଏନର ଅନ୍ୟାନ୍ୟ କର୍ମକର୍ତା ମାନେ ଉପସ୍ଥିତ ଥିଲେ । ଏହି ଖେଳ ଗୁଡିକରେରେ ଆମ୍ପାୟର ଭାବରେ ବିନୟ ପ୍ରସାଦ, ଅନିରୁଦ୍ଦ କେଓ୍ୟାଟ, ଦିଲୁ ଦାସଭାୟା, ପି ଅଶୋକ ରହି ଥିବା ଅନ ଲାଇନ ସ୍କୋରର କୁମାରୀ ନିଷ୍ଠା ଦର୍ତ, ନାସିର ମଲ୍ଳିକ ଓ ରିତେଶ ସିନ୍ନା ସ୍କୋରର ଭାବରେ ରହିଥିଲେ ।
