ଲକ୍ଷ୍ମୀପ୍ରିୟା କନିଷ୍ଠ ମହିଳା ମହାବିଦ୍ୟାଳୟରେ ଏନଏସଏସ ଶିବିର ଉଦଘାଟିତ
ବାଲିଆପାଳ (ସୁବାସ ଦାସ) : ଵାଲେଶ୍ଵର ଜିଲା ବାଲିଆପାଳ ଲକ୍ଷ୍ମୀ ପ୍ରିୟା କନିଷ୍ଠ ମହିଳା ମହାବିଦ୍ୟାଳୟ ରେ ରବିବାର ପୂର୍ବାହ୍ନରେ ଏନ୍ ଏସ ଏସ ଶିବିର ଉଦ୍ଘାଟିତ ହୋଇଯାଇଛି। ଉକ୍ତ ଶିବିରକୁ କନିଷ୍ଠ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ସୁଦୀପ୍ତା ବିଶ୍ୱାଳ, ପ୍ରଦୀପ ପ୍ରଜ୍ବଳନ କରି ଶିବିରକୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ।
ଜାତୀୟ ସେବା ଯୋଜନାର ସଂଯୋଜକ ରମେଶ ଚନ୍ଦ୍ର ପଣ୍ଡା, ବରିଷ୍ଠ ପ୍ରାଧ୍ୟାପକ ବରେନ୍ଦ୍ର ବେହେରା ଶିବିର ରେ ଯୋଗ ଦେଇ ଜାତୀୟ ସେବା ଯୋଜନାର ଆଭିମୁଖ୍ୟ ଏବଂ ଏହା ଦ୍ୱାରା କିପରି ପିଲାମାନଙ୍କର ଶାରୀରିକ ବୌଦ୍ଧିକ ବିକାଶ ହୋଇପାରିବ ବକ୍ତଵ୍ୟ ମଧ୍ୟମରେ ପିଲାମାନଙ୍କୁ ବୁଝାଇ ଥିଲେ। ଏହା ଛଡ଼ା ଏହି ଯୋଜନା ଦ୍ୱାରା ନସ୍ୱ।ର୍ଥ ସେବା ଯୋଗାଇବା ପାଇଁ ପିଲା ମାନଙ୍କ ମନରେ ସ୍ବତଃ ଆଗ୍ରହ ସୃଷ୍ଟି ହୋଇଥାଏ ବୋଲି କହିଥିଲେ। ଉକ୍ତ ଶିବିରରେ ୨୭ ଜଣ ଛାତ୍ରୀ ଯୋଗ ଦେଇଥିବା ବେଳେ ଏହା ଦୀର୍ଘ ସାତଦିନ ଧରୀ ଚାଲିବ। ଶିବିରରେ ଯୋଗ ଦେଉଥିବା ଛାତ୍ରୀ ମାନେ ଦିନ ରାତି ରହି ପୋଷ୍ୟ ଗ୍ରାମ ବାଲିଆପାଳ ରେ ବିଭିନ୍ନ ପ୍ରକାରର କୋଭିଡ ସଚେତନ କାର୍ଯ୍ୟକ୍ରମ ସହିତ ମାସ୍କ, ସାନିଟାଇଜର, ନାଳ ନର୍ଦ୍ଦମା ରେ ବ୍ଲିଚିଂ ପକାଇ ସଫେଇ କରିବା ଆଦି ବିଭିନ୍ନ ସାମାଜିକ କାର୍ଯ୍ଯକ୍ରମ କରାଯିବ ବୋଲି ଅଧ୍ୟକ୍ଷା ସୁଦୀପ୍ତା ସୁଚନା ଦେଇଥିଲେ।
