ହାର୍ଡକୋର ବନ୍ଧୁକ ମାଫିଆ ଗିରଫ : ୮ ଦେଶୀ ବନ୍ଧୁକ ସହ ୭ ରାଉଣ୍ଡ ଗୁଳି ଜବତ
ଭୁବନେଶ୍ୱର : ସ୍ୱତନ୍ତ୍ର ଟାସ୍କ ଫୋର୍ସ (ଏସଟିଏଫ) ହାତରେ ଚୋରାବନ୍ଧୁକ ମାଫିଆ । ଡିଲବେଳେ ମାଡି ବସିଲା ଏସଟିଏଫ ଟିମ୍ । ଅନୁଗୁଳରୁ ହାର୍ଡକୋର ବନ୍ଧୁକ ମାଫିଆକୁ ଗିରଫ କଲା ଏସଟିଏଫ । ଏଥିସହ ଗିରଫ ମାଫିଆ ଠାରୁ ୮ଟି ଦେଶି ବନ୍ଧୁକ ସହ ୭ରାଉଣ୍ଡ ଗୁଳି ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ସମ୍ବଲପୁର ସରପଲି ନାକଟିଦେଉଳର ବୋଲି ଜଣାପଡିଛି ।
ସୂଚନା ଯେ, ଅନୁଗୁଳ କେରଜଙ୍ଗ ନିକଟରେ ଚୋରାବନ୍ଧୁକ କାରବାରର ହେଉଥିବା ନେଇ ଏସଟିଏଫ ଟିମ୍ ଖବର ପାଇ ଥିଲା । ଏନେଇ ଚଢାଇ କରିବା ପରେ ବନ୍ଧୁକ ମାଫିଆ ସମେତ ଖବର ପାଇ ଏସଟିଏଫ୍ ଟିମ ଗିରଫ କରିବା ପରେ ବନ୍ଧୁକ ଓ ଗୁଳି ଜବତ କରିଥିଲା ।
