ଫେବୃଆରୀରେ ତୃତୀୟ ଲହର ! ଓମିକ୍ରନ ସଂକ୍ରମଣ ଶୀର୍ଷ ଛୁଇଁବା ନେଇ ଆକଳନ
ନୂଆଦିଲ୍ଲୀ : ଭାରତରେ ଦୈନିକ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବାରେ ଲାଗିଥିବାବେଳେ ଏହି ସଂକ୍ରମଣ ଆସନ୍ତାବର୍ଷ ପ୍ରାରମ୍ଭ ତଥା ଫେବୃଆରୀରେ ଶୀର୍ଷ ଛୁଇଁପାରେ ବୋଲି ଅନୁମାନ କରିଛି ଜାତୀୟ କୋଭିଡ ସୁପର ମଡେଲ କମିଟି ।ଏହି ସଂକ୍ରମଣ ଶୀର୍ଷ ଛୁଇଁବା ସହ ଦେଶରେ ତୃତୀୟ ଲହର ମଧ୍ୟ ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରାଯାଉଛି । ସେତେବେଳେ ସହ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୭,୫୦୦ ଆଶଙ୍କା ରହିବା ନେଇ ପ୍ରକାଶ ପାଇଥିବା ବେଳେ ଏହା ଦ୍ବିତୀୟ ଲହର ଠାରୁ ଭୟାବହ ହେବ ନାହିଁ ବୋଲି ମଧ୍ୟ ପ୍ୟାନେଲ ସ୍ପଷ୍ଟ କରିଛି ।
ଜାତୀୟ କୋଭିଡ-୧୯ ସୁପର ମଡେଲ କମିଟିର ମୁଖ୍ୟ ପ୍ରଫେସର ବିଦ୍ୟାସାଗର କହିଛନ୍ତି, ଭାରତରେ ଓମିକ୍ରନର ତୃତୀୟ ଲହର ଦେଖାଯିବ କିନ୍ତୁ ,୨ୟ ଲହର ଅପେକ୍ଷା ଏହା ସାମାନ୍ୟ ରହିବ । ଦେଶରେ ଜାରି ରହିଥିବା ଟୀକାକରଣ ଡ୍ରାଇଭ ଦ୍ବାରା ଜନସଂଖ୍ୟାର ଏକ ବଡ ଅଂଶ ଏବେ ଟିକା ଗ୍ରହଣ କରିସାରିଛନ୍ତି । ଫଳରେ ପୂର୍ବାପେକ୍ଷା ସାଧାରଣ ଭାବେ ଆଣ୍ଟିବଡି ବିକଶିତ ହୋଇଛି । ତେବେ ଏପରି ସମୟରେ ଯଦି ତୃତୀୟ ଲହର ଆସେ, ତେବେ ଏହା ଦ୍ବିତୀୟ ଲହର ପରି ଭୟାବହ ହେବ ନାହିଁ ।
ହାଇଦ୍ରାବାଦର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ର ପ୍ରଫେସର ଥିବା ବିଦ୍ୟାସାଗର କହିଛନ୍ତି, ଯେ ଦ୍ବିତୀୟ ଲହର ସମୟରେ ଦେଶରେ ଦେଖାଯାଇଥିବା ଦୈନିକ ସଂକ୍ରମଣ ଠାରୁ ୩ୟ ଲହରର ଦୈନିକ ସଂକ୍ରମଣ ସଂଖ୍ୟା ଅଧିକ ରହିବା ସମ୍ଭବ ନୁହେଁ । ଟୀକାକରଣ ଅଭିଯାନର ପ୍ରରମ୍ଭ ସମୟରେ ୨ୟ ଲହର ଆସିଥିବା ଯୋଗୁ ସ୍ଥିତି ସାମାନ୍ୟ ଅଣାୟତ ହୋଇପଡିଥିଲା । କିନ୍ତୁ ବର୍ତ୍ତମାନ ପରସ୍ଥିତିରେ ସେପରି ସ୍ଥିତି ହେବ ନାହିଁ ବୋଲି ଆଶ୍ବସ୍ତିକର ସୂଚନା ଦେଇଛି ପ୍ୟାନେଲ ।
