ଆଜିର ଭାଗ୍ୟଫଳ (ରବିବାର, ୧୯/୧୨/୨୦୨୧), ସୂର୍ଯ୍ୟଦେବଙ୍କ କୃପାରୁ ଏହି ରାଶିଙ୍କୁ ମିଳିବ ଆକସ୍ମିକ ଧନ
ଆଜି ୨୦୨୧ ଡିସେମ୍ବର ୧୯ । ରବିବାର । ଧନୁ ମାସ ୪ ଦିନ । ମାର୍ଗଶୀର ମାସ । ଶୁକ୍ଳପକ୍ଷ । ପୂର୍ଣ୍ଣିମା ତିଥି ଦିବା ୧୦ଟା ୫ମିନିଟ୍ ଗତେ ପ୍ରତିପଦା ତିଥି । ମୃଗଶିରା ନକ୍ଷତ୍ର । ମିଥୁନ ରାଶିରେ ଚନ୍ଦ୍ର । ଶୁଭ ଯୋଗ ଦିବା ୧୦ଟା ୮ମିନିଟ୍ ଗତେ ଶୁକ୍ଳ ଯୋଗ । ବବ କରଣ, ଦିବା ୧୦ଟା ୫ମିନିଟ୍ ଗତେ ବାଳବ କରଣ । ମେଷ ରାଶିର ଘାତବାର । କନ୍ୟା ରାଶିର ଘାତଚନ୍ଦ୍ର । ଆମିଷ, ତୈଳ ନ ଖାଇଲେ ଭଲ ଦିବା ୧୦ଟା ୫ମିନିଟ୍ ପରେ ପାଣିକଖାରୁ ନ ଖାଇଲେ ଭଲ । ଯୋଗିନୀ- ବାୟବ୍ୟେ ଦିବା ୧୦ଟା ୫ମିନିଟ୍ ପରେ ପୂର୍ବେ ଯାତ୍ରା ନିଷେଧ ।
ଶ୍ରାଦ୍ଧ ତର୍ପଣ- ପ୍ରତିପଦାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ଦିବା ୧୦ଟା ୨୨ମିନିଟ୍ ରୁ ଦିବା ୧୧ଟା ୪୩ମିନିଟ୍, ଦିବା ୧୧ଟା ୪୩ମିନିଟ୍ ରୁ ୧ଟା ୪ମିନିଟ୍, ରାତ୍ରି ୧ଟା ୨୨ମିନିଟ୍ ରୁ ୩ଟା ୧ମିନିଟ୍ । ଶୁଭସମୟ- ସକାଳ ୭ଟା ୩ମିନିଟ୍ ରୁ ୯ଟା ୧୧ମିନିଟ୍, ଦିବା ୧ଟା ୫ମିନିଟ୍ ରୁ ୨ଟା ୫୭ମିନିଟ୍, ଦିବା ୩ଟା ୪୨ମିନିଟ୍ ରୁ ୩ଟା ୪୫ମିନିଟ୍, ରାତ୍ର ୭ଟା ୪୭ମିନିଟ୍ ରୁ ରାତ୍ର ୯ଟା ୩୦ମିନିଟ୍, ରାତ୍ର ୧୨ଟା ୧୧ମିନିଟ୍ ରୁ ୧ଟା ୨୧ମିନିଟ୍, ରାତ୍ର ୩ଟା ୨ମିନିଟ୍ ରୁ ୬ଟା ୨୦ମିନିଟ୍ । ପର୍ବଦିନ- ପଣ୍ଡୁ ପୂର୍ଣ୍ଣିମା, ଦତ୍ତାତ୍ରେୟ ଜୟନ୍ତୀ ।
ମେଷ:-
ପାରିବାରିକ ସମସ୍ୟା ସୁଧାରିବା ପାଇଁ ଚେଷ୍ଟା କରିବେ । କୌଣସି ସହୃଦୟ ବ୍ୟକ୍ତିଙ୍କଠାରୁ ଯଥେଷ୍ଟ ସହାୟତା ପାଇବେ । ନିଜର ଯୋଜନାମୁତାବକ କାମକଲେ କୌଣସିପ୍ରକାର ଅସୁବିଧା ହେବନାହିଁ । ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ନୂତନ ବନ୍ଧୁଙ୍କୁ ପାଇ ଖୁସୀହେବେ । ବିଦ୍ୟାକ୍ଷେତ୍ରରେ ପ୍ରଶଂସା ପାଇବେ । ସମସ୍ତ ବ୍ୟବସାୟରେ କମ୍ ପରିଶ୍ରମରେ ଆଶାଜନକ ଲାଭ ପ୍ରାପ୍ତିହେବ । ପ୍ରତିକାର-କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।
ବୃଷ:-
ସ୍ୱାସ୍ଥ୍ୟସମସ୍ୟା ସୁଧୁରିଯିବା ଫଳରେ ଆୟ ଉପାର୍ଜନ କ୍ଷେତ୍ରପ୍ରତି ସଙ୍କଟ ସୃଷ୍ଟି ହେବ ନାହିଁ । ରାଜନୀତି ସମ୍ବନ୍ଧୀୟ ଦୂରଯାତ୍ରାର ସୁଯୋଗ ପାଇ ସଫଳତା ମିଳିବ । ନୂଆ ସମ୍ପର୍କରେ ଉନ୍ନତି ହେବ ଓ ଅଧାଥିବା କାର୍ଯ୍ୟ ପୂରଣ ହେବ । ଆର୍ଥିକ ଚିନ୍ତା ଦୁରହେବ ଓ ମାତାଙ୍କ ସ୍ୱାସ୍ଥ୍ୟ ରେ ଉନ୍ନତି ଦେଖାଦେବ । ସାଧୁ, ସତ୍ୟବାଦୀ, ଧର୍ମାତ୍ମା, ଗୁରୁବ୍ରାହ୍ମଣଙ୍କ ସହ ସମ୍ପର୍କ ସ୍ଥାପନହେବ । ପିଲାମାନଙ୍କ ସଫଳତାରେ ଖୁସିହେବେ । ପ୍ରତିକାର- ଶ୍ଵେତଚନ୍ଦନରେ କର୍ପୁରମିଶେଇ ମସ୍ତକରେ ଧାରଣ କରନ୍ତୁ ।
ମିଥୁନ:-
ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । ବ୍ୟକ୍ତିତ୍ଵ ଓ ପ୍ରତିଭା ବଳରେ ଲୋକପ୍ରିୟତା ଅର୍ଜ୍ଜନ, ଧନସମ୍ପଦରେ ଅଭିବୃଦ୍ଧି ତଥା ବୈଷୟିକ ପ୍ରାଚୁର୍ଜ୍ୟପ୍ରାପ୍ତି ହେବ । ପାରିବାରିକ ସମସ୍ୟା ସତ୍ତ୍ୱେ ଶାନ୍ତି ବିରାଜମାନ କରିବ । ରାଜନୈତିକ କ୍ଷେତ୍ରରେ ପ୍ରତିଷ୍ଠିତ ହେବାପାଇଁ କରିଥିବା ଯୋଜନା ସଫଳ ହୋଇ ପାରିବ । ଛାତ୍ରଛାତ୍ରୀମାନେ ପ୍ରତିଯୋଗୀତା ମୁଳକ କ୍ଷେତ୍ରକୁ ସାହସର ସହିତ ଲମ୍ଫ ଦେବେ । ପ୍ରତିକାର- ସବୁଜ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ । ନତୁବା ସବୁଜ ରୁମାଲ ଟିଏ ପାଖରେ ରଖନ୍ତୁ ।
କର୍କଟ:-
ସନ୍ତାନର ଖୁସି ଓ ସୁରକ୍ଷିତ ଅନୁଭବ କରିବେ । ନୂଆଲକ୍ଷ ପୂରଣ କରିବା ପାଇଁ ସମୟ ନିର୍ଦ୍ଧାରଣ କରିବେ । ଦୁଃଖୀ ଲୋକଙ୍କୁ ସାହାରା ହେବେ । ନୂତନ ବନ୍ଧୁ ମିତ୍ରଙ୍କ ମିଳନ ହେବ । ପ୍ରେମପ୍ରସଙ୍ଗରେ ମଧ୍ୟ ସଫଳତା ମିଳିବ । ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ଆତ୍ମୀୟସ୍ଵଜନଙ୍କ ପାଇଁ ଭୋଗ ବିଳାସଦ୍ରବ୍ୟ ଓ ଗୃହୋପକାରଣ କ୍ରୟକରିବେ । ଦୂର ସମ୍ପର୍କୀୟ ବ୍ୟକ୍ତିଙ୍କୁ ବିଶ୍ୱାସ କଲେ ଠକାମୀ ଭଣ୍ଡାମୀର ଶୀକାର ହେବେ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।
ସିଂହ:-
ବ୍ୟବସାୟରେ କର୍ତ୍ତୁତ୍ଵ ଜାରି ରଖି ଶ୍ରମିକ ଓ କର୍ମଚାରୀଙ୍କୁ ପ୍ରଭାବିତ କରିବା ଫଳରେ, ପ୍ରଗତିର ବେଗ ତ୍ଵରାନ୍ୱିତ ହେବ । ରାଜନୀତି କ୍ଷେତ୍ରରେ ସାଧାରଣ ଲୋକ ସମ୍ପର୍କକୁ ଅତିକ୍ରମ କରିବା ଲକ୍ଷ୍ୟରେ ଭୋଗମାର୍ଗୀ ହୋଇ ନିଜକୁ ପ୍ରତିଷ୍ଠିତ କରିପାରିବେ । ପ୍ରତିଯୋଗିତା ମୂଳକ କାର୍ଯ୍ୟରେ କୃତିତ୍ଵ ଲାଭ କରିବା ସହ ଉଚ୍ଚଶିକ୍ଷା ପ୍ରଚେଷ୍ଟାରେ ସାଫଲ୍ୟ ପ୍ରାପ୍ତି ହେବ । ଗୃହପୋକରଣ ବା ନୂତନ ବସ୍ତୁ କ୍ରୟ କରି ପାରିବେ । ମନ ଲଗାଇ କାର୍ଯ୍ୟ ମଧ୍ୟ କରିବେ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।
କନ୍ୟା:-
ପରୀକ୍ଷା ଓ ପ୍ରତିଦ୍ଵନ୍ଦିତାରେ ବିଜୟୀ ହେବେ । ପାରିବାରିକ ଜୀବନରେ ସୁଖଶାନ୍ତି ଲାଭ ଓ ଆତ୍ମୀୟବର୍ଗରେ ଉନ୍ନତି ତଥା ଉତ୍ତମ ବୁଝାମଣା ଜନିତ ଉତ୍ସାହ-ଉଦ୍ଦୀପନାଯୁକ୍ତ ହେବେ । ରାଜନୀତି କ୍ଷେତ୍ରରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଓ ସୁସମ୍ବାଦ ପ୍ରାପ୍ତି ହେବ । ଦୂରଯାତ୍ରାରେ ସଫଳ ହେବେ । ବ୍ୟବସାୟ ବାଣିଜ୍ୟ ସମ୍ପର୍କୀୟ କୌଣସି ଘଟଣା ଯୋଗୁ ବିଶେଷ ବ୍ୟସ୍ତ ରହି ଲାଭବାନ ହେବେ । ଆର୍ଥିକ ଦିଗରୁ ଉନ୍ନତି ହେଲେ ମଧ୍ୟ ବ୍ୟୟଭାର ବୃଦ୍ଧି ହେବ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।
ତୁଳା:-
ନିଜ ଆତ୍ମୀୟ ଲୋକଙ୍କ ସହ ସାକ୍ଷାତ ହେବ । ବ୍ୟବସାୟ କ୍ଷେତ୍ରରେ ପୁରୁଣାପ୍ରାପ୍ୟ ମଧ୍ୟ ଆଦାୟ ହୋଇ ପାରିବ । ପାରିବାରିକ ସମ୍ପର୍କରେ ଉନ୍ନତି ହେବ । ରାଜନୈତିକ କ୍ଷେତ୍ରରେ ଶତୃମାନେ ତଳମୁହାଁ ହେବେ । ପୁରାତନ ରୋଗ ପୀଡ଼ାର ଉପଶମ ହେବ । ଆକସ୍ମିକ ଅର୍ଥଲାଭ, ସୁନାମପ୍ରାପ୍ତି ଓ ସମ୍ମାନ ବୃଦ୍ଧି ହେବ । ଯାନବାହାନ ବ୍ୟବସାୟରେ ତଥା ଭ୍ରମଣ ସଙ୍କ୍ରାନ୍ତିୟ ବ୍ୟବସାୟରେ ଲାଭ ପାଇବେ । ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।
ବିଚ୍ଛା:-
ସ୍ୱାସ୍ଥ୍ୟ ଦିଗରୁ ବିଶେଷ ସତର୍କ ରହିବା ଉଚିତ୍ । ପ୍ରତ୍ୟେକ କ୍ଷେତ୍ରରେ ବିନୟପୂର୍ଣ୍ଣ କଥାକହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ । ଶତୃ ବିରୋଧୀମାନେ ସତଚେଷ୍ଟା କଲେ ମଧ୍ୟ କୌଣସି କ୍ଷତି କରିପାରିବେ ନାହିଁ । ଖୁସିର ବାତାବରଣ ସ୍ଥାୟି ରହିବ ଓ ନୂତନ ସମ୍ବନ୍ଧ ସୃଷ୍ଟିହେବ । ହାତକୁ ନେଇଥିବା କାର୍ଯ୍ୟଟି ପାଇଁ କଠିନ ପରିଶ୍ରମ କରିବାକୁ ପଡିବ । ପଡାପଡୋଶୀ ବନ୍ଧୁ ମିତ୍ରଙ୍କ ବ୍ୟବହାରରେ ମନ ବିଚଳିତ ହୋଇପାରେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।
ଧନୁ:-
ସମସ୍ତ କର୍ମ ବହୁତ ସହଜରେ ହିଁ ସମ୍ପନ୍ନ ହେବ । ଲକ୍ଷ୍ୟ ପୂରଣ ହେବାରେ କୌଣସି ଅସୁବିଧା ହେବ ନାହିଁ । ବିଭିନ୍ନ ଦିଗରୁ ସାହାଯ୍ୟ ସହଯୋଗ ମିଳିବ ଓ ପ୍ରତିଷ୍ଠା, ପ୍ରତିପତ୍ତି ମାନସମ୍ମାନ କ୍ଷାତି ବଢିବ । ବାଦବିବାଦ, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ଗୁରୁଜନ ଓ ବୃଦ୍ଧଜନଙ୍କ ସେବା କଲେ ଅନେକ ଆଶୀର୍ବାଦ ପାଇବେ । ପ୍ରେମୀକ ପ୍ରେମିକାଙ୍କ ଉନ୍ନତି ପାଇଁ ପ୍ରୟାସରତ ହେବେ । ପ୍ରତିକାର- ଅଷ୍ଟଗନ୍ଧ ତିଳକଚନ୍ଦନ ଧାରଣ କରନ୍ତୁ ।
ମକର:-
ସହକର୍ମୀ ମାନଙ୍କ ଠାରୁ ସାହାଯ୍ୟ ଓ ସହଯୋଗ ପାଇ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ ଓ ବରିଷ୍ଠ ବ୍ୟକ୍ତିମାନେ ସନ୍ତୋଷ ହେବେ । ବ୍ୟବସାୟୀ ମାନଙ୍କର କାରବାର ବଢିବ ଓ ଲୋକ ସମ୍ପର୍କ ବୃଦ୍ଧି ହେବ । ବକେୟା ଅର୍ଥ କିଛି ମିଳିବ । ବାଦବିବାଦ, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତାପରୀକ୍ଷା ଓ ସାକ୍ଷାତକାରରେ ଉଚ୍ଚ ପ୍ରଶଂସିତ ହେବେ । କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ କୃତକାର୍ଯ୍ୟ ହେବେ । ପ୍ରତିକାର- ନୀଳବସ୍ତ୍ର ପରିଧାନ କରନ୍ତୁ । ନତୁବା ନୀଳ ରୁମାଲ ଟିଏ ପାଖରେ ରଖନ୍ତୁ ।
କୁମ୍ଭ:-
ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ । ଉଚିତ୍ପନ୍ଥା ଗ୍ରହଣ କରି ହସ ଖୁସିରେ ସମୟ ବିତେଇବେ । କେତେକ ଦୀର୍ଘ ଯୋଜନା ସଫଳ କାରଣରୁ ମନ ଭଲ ରହିବ । ମାନସିକ ସୁସ୍ଥତା ଅନୁଭବ କରିବେ । ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ ଆପଣ ସଫଳତା ଅର୍ଜନ କରିବେ । ଆର୍ଥିକ, ପାରିବାରିକ ଏବଂ ସାମାଜିକ କାର୍ଯ୍ୟରେ ଜୟଯୁକ୍ତ ହେବେ । ପେଶା, ବ୍ୟବସାୟ, ଭାଗୀଦାରୀ ଓ ବନ୍ଧୁମିତ୍ରଙ୍କଦ୍ଵାରା ଲାଭବାନ ହେବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।
ମୀନ:-
ବ୍ୟବସାୟ କ୍ଷେତ୍ରରେ ଆଶାତୀତ ଲାଭବାନ ହେବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ । ଦୂରଯାତ୍ରାରେ ସଫଳତା ପ୍ରାପ୍ତି ହେବ । ରାଜନୈତିକ କ୍ଷେତ୍ରରେ ସ୍ଥିରତା ଦେଖାଦେବ ଓ ଆଶା ମୁତାବକ ଫଳ ପାଇବେ । ଧର୍ମ କାର୍ଯ୍ୟରେ ଯୋଗଦେଇ ଦେବଦର୍ଶନ କରିବେ । ଭୟ ଆଶଙ୍କା ଦୂରେଇ ଯିବ । ଛାତ୍ର ଛାତ୍ରୀ ମାନଙ୍କର ସଂଘର୍ଷ ଦ୍ୱାରା ସଫଳତା ମିଳିବ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।
