କଲରାପତରିଆ ବାଘର ମୃତଦେହ ଠାବ
ଆଠମଲ୍ଲିକ : ଆଠମଲ୍ଲିକ ବନଖଣ୍ଡ ବାତ୍ରାଖୋଲ ଅଞ୍ଚଳରୁ କଲରାପତରିଆ ବାଘର ମୃତଦେହ ଠାବ ହୋଇଛି । ମୃତ ବାଘର ବୟସ ୫ବର୍ଷ ହେବ ବୋଲି ସୂଚନା ରହିଛି । ବନବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଯେ, ବାତ୍ରାଖୋଲ ଅଞ୍ଚଳରେ ଏକ ପାଞ୍ଚବର୍ଷିଆ କଲରାପତିଆ ବାଘର ମୃତଦେହ ଠାବ ହୋଇଛି । ଯାହାର ଖବର ମିଳିବା ପରେ ବନବିଭାଗ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ତେବେ କେଉଁ ପରିସ୍ଥିତିରେ ବାଘର ମୃତ୍ୟୁ ହୋଇଛି । ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ବାଘର ମୃତଦେହରେ କିଛି କ୍ଷତ ଚିହ୍ନ ଥିବା ମଧ୍ୟ ଜଣାପଡିଛି । ଘଟଣାସ୍ଥଳରେ ଆଠମଲ୍ଲିକ ଡିଏଫ୍ଓ ଏବଂ ବରିଷ୍ଠ ଅଧିକାରୀ ପହଞ୍ଚିଥିବା ସୂଚନା ମିଳିଛି ।
