ନୂଆ ସିଡିଏସ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କଲେ ସରକାର
ନୂଆଦିଲ୍ଲୀ: ଆଗାମୀ ମୁଖ୍ୟ ରକ୍ଷା ଅଧ୍ୟକ୍ଷ ତଥା ସିଡିଏସ ନିଯୁକ୍ତି ପ୍ରକ୍ରିୟା ସରକାର ଆରମ୍ଭ କରି ଦେଇଛନ୍ତି। ୩ ସେନା ପକ୍ଷରୁ ମିଳିଥିବା ପ୍ରସ୍ତାବକୁ ଆଧାର କରି ନାମ ସୂଚୀକୁ ଯଥାଶୀଘ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ହସ୍ତାନ୍ତର କରାଯିବ। ପ୍ରତିରକ୍ଷା ମନ୍ତ୍ରୀଙ୍କଠାରୁ ସବୁଜ ସଙ୍କେତ ମିଳିବା ପରେ ଏହି ନାମ ସୂଚୀକୁ ବିଚାର ପାଇଁ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳର ନିଯୁକ୍ତି ସମିତିକୁ ପଠାଯିବ ବୋଲି ସୂଚନା ମିଳିଛି।
ସୂଚନା ଯେ, ବରିଷ୍ଠତା ଓ ଅନୁଭବ ଦୃଷ୍ଟିରୁ ସ୍ଥଳ ସେନା ମୁଖ୍ୟ ଜେନେରାଲ ଏମଏମ ନରବାଣେଙ୍କର ଆଗାମୀ ସିଡିଏସ ହେବାର ସମ୍ଭାବନା ଅଧିକ ରହିଛି। କିନ୍ତୁ ସେ ୨୦୨୨ ଏପ୍ରିଲରେ ଅବସର ନେବେ। ପୂର୍ବରୁ ନରବାଣେ ‘ଚିଫ୍ ଅଫ୍ ଷ୍ଟାଫ କିମିଟି’ର ଚେୟାରମ୍ୟାନ ପଦ ମଧ୍ୟ ସମ୍ଭାଳିଛନ୍ତି।
