ପାରିବାରିକ ବିବାଦ ମାମଲା : ଶାଶୂଘର ଆଗରେ ପୁଣି ଧାରଣାରେ ବୋହୁ ତପସ୍ୱିନୀ
ବ୍ରହ୍ମପୁର : ବହୁ ଚର୍ଚ୍ଚିତ ତପସ୍ୱିନୀ-ସୁମିତ ପାରିବାରିକ ବିବାଦ ମାମଲାରେ ପୁଣି ଏକ ଟୁଇଷ୍ଟ । ପୁଣି ବ୍ରହ୍ମାନଗର ସ୍ଥିତ ଶାଶୂଘର ଆଗରେ ତପସ୍ୱିନୀଙ୍କ ଧାରଣା । ସୁମିତ କୋର୍ଟଙ୍କ ନିର୍ଦେଶକୁ ଅବମାନନା କରିଥିବାର କହିଲେ ଓକିଲ । ସେହିପରି ତପସ୍ବିନୀକୁ ଅସୁରକ୍ଷିତ ଭାବେ ଚଡି ଦେଇଥିବାର ମଧ୍ୟ କହିଛନ୍ତି । ଆସିକା ଥାନାରେ ଜଣାଇବା ସହ କୋର୍ଟରେ ସାନି ଆବେଦନ କରିବା ନେଇ ସୂଚନା ଦେଇଛନ୍ତି ।
ବ୍ରହ୍ମପୁରର ତପସ୍ୱିନୀ ଦାଶ ଓ ଡ଼ାକ୍ତର ସୁମିତ ସାହୁଙ୍କ ପାରିବାରିକ ବିବାଦ ମାମଲା ଏବେ ଆଉ ଏକ ମୋଡ଼ ନେଇଛି । ବ୍ରହ୍ମପୁର ଏସଡ଼ିଜେଏମ କୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଉପରିସ୍ଥ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ସ୍ୱାମୀ ସୁମିତ । ଜିଲ୍ଲା ଜଜ୍ କୋର୍ଟରେ ଆଜି ହାଇକୋର୍ଟର ଓକିଲଙ୍କ ମାଧ୍ୟମରେ ଏନେଇ ଏକ ରିଟ୍ ପିଟିସନ୍ ଦାଖଲ କରିଛନ୍ତି ସୁମିତ । ସୂଚନା ଯେ, ପତିପତ୍ନୀ ଉଭୟ ଭଡ଼ା ଘର ନେଇ ଏକାଠି ରହିବାକୁ ବ୍ରହ୍ମପୁର ଏସଡ଼ିଜେଏମ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ ଇତିମଧ୍ୟରେ ତପସ୍ୱିନୀଙ୍କୁ ଛାଡ଼ି ଡାକ୍ତର ସ୍ୱାମୀ ସୁମିତ ପଳାଇଥିବା ଅଭିଯୋଗ ହୋଇଛି ।
