ଆସନ୍ତାକାଲି ଗଙ୍ଗା ଏକ୍ସପ୍ରେସ-ୱେର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଉତ୍ତରପ୍ରଦେଶରେ ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସମସ୍ତ ରାଜନୈତିକ ପାର୍ଟି ଖୁବ୍ ସକ୍ରିୟ ରହିଛନ୍ତି। ଏଭଳି ସ୍ଥିତିରେ ଗତ କିଛିଦିନ ହେବ ୟୁପି ମାଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସକ୍ରିୟ ଅଛନ୍ତି। ମିଳିଥିବା ସୂଚନାନୁଯାୟୀ, ଆଗାମୀ ୧୦ ଦିନ ଅର୍ଥାତ୍ ୧୮ରୁ ୨୮ ଡିସେମ୍ବର ମଧ୍ୟରେ ମୋଦୀ ୪ଥର ୟୁପି ଗସ୍ତ କରିବେ।
ସୂଚନା ଯେ, ଡିସେମ୍ବର ୧୮ରେ ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତରପ୍ରଦେଶର ଶାହାଜାହାଁପୁରରେ ଗଙ୍ଗା ଏକ୍ସପ୍ରେସ-ୱେର ଶିଳାନ୍ୟାସ କରିବେ। ୨୧ରେ ପ୍ରୟାଗରାଜ ଯିବାକୁ ଥିବାବେଳେ ଏନେଇ କିଛି ସ୍ପଷ୍ଟ ହୋଇନାହିଁ। ସେହିପରି ୨୩ରେ କାଶୀ ଯାତ୍ରା କରିବେ। ଆଉ ୨୮ରେ କାନପୁର ମେଟ୍ରୋର ଲୋକାର୍ପଣ କରିବେ।
