ଓମିକ୍ରନ୍ ଭ୍ୟାରିଆଣ୍ଟ : ହାଇଦ୍ରାବାଦରେ ୨ ଆକ୍ରାନ୍ତ ଚିହ୍ନଟ
ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୩କୁ ବୃଦ୍ଧି
ହାଇଦ୍ରାବାଦ : ଦେଶରେ କରୋନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ୍ ବିପଦ ଲଗାତାର ଭାବେ ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ ଆଜି ତେଲେଙ୍ଗାନାରେ ଓମିକ୍ରନ୍ ମାମଲା ସାମ୍ନାକୁ ଆସିଛି। ହାଇଦ୍ରାବଦରେ ୨ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଜଣେ ୨୪ ବର୍ଷୀୟା ମହିଳା ଡିସେମ୍ବର ୧୨ରେ କେନ୍ୟାରୁ ହାଇଦ୍ରାବାଦ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ପହଂଚିଥିଲେ। ଅନ୍ୟଜଣେ ୨୩ ବର୍ଷୀୟ ପୁରୁଷ ସୋମାଲିୟାଇ ନାଗରିକ ଯିଏକି ଡିସେମ୍ବର ୧୨ରେ ହାଇଦ୍ରାବାଦ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଆସିଥିଲେ।
ସୂଚନା ଯେ, ଦେଶରେ ବର୍ତ୍ତମାନ ସୁଦ୍ଧା ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୩କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ମହାରାଷ୍ଟ୍ରରୁ ୨୮, ରାଜସ୍ଥାନରୁ ୧୭, ଦିଲ୍ଲୀରୁ ୬, ଗୁଜରାଟରୁ ୪, କର୍ଣ୍ଣାଟକରୁ ୩, ତେଲେଙ୍ଗାନାରୁ ୨, ଚଣ୍ଡୀଗଡ଼, ଆନ୍ଧ୍ରପ୍ରଦେଶ ଓ କେରଳରୁ ଜଣେ ଲେଖାଏଁ ରହିଛନ୍ତି।
