ବିଜୁ ଛାତ୍ର ଜନତା ଦଳ ତରଫରୁ ରକ୍ତଦାନ ଶିବିର, ୩୦ ୟୁନିଟ ସଂଗୃହୀତ
ବାଲେଶ୍ୱର : ରକ୍ତ ଅଭାବକୁ ଆଖି ଆଗରେ ରଖି ବାଲେଶ୍ଵର ବିଜୁ ଛାତ୍ର ଜନତା ଦଳ ତରଫରୁ ଜିଲା ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାରରେ ଜିଲା ଛାତ୍ର ସଭାପତି ସୀମନ ଦାସ ମହାପାତ୍ର ନେତୃତ୍ବରେ ଛାତ୍ର ନେତା ହ୍ରିତୀକ୍ ନାୟକଙ୍କ ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୩୦ ୟୁନିଟ ରକ୍ତ ସଂଗ୍ରହ ହୋଇଛି ।

ଶିବିରକୁ ପୂର୍ବତନ ସାଂସଦ ତଥା ବିଜେଡି ଜିଲା ସଭାପତି ଇଂ. ରବୀନ୍ଦ୍ର କୁମାର ଜେନା ଓ ଓଡ଼ିଶା-ମୋ ପରିବାର ମୁଖ୍ୟ ସାହିରୁଲ୍ ହକ୍ ଉଦଘାଟନ କରିବା ସହ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଛାତ୍ର ନେତା ରଶ୍ମି ରଞ୍ଜନ ପ୍ରଧାନ, ଜୀବନ ସଂଗ୍ରାମ ମିଶ୍ର, ସୁମିତ ରଞ୍ଜନ କର ରଜତ ଘଡେ଼ଇ, ଅରୁପ କୁମାର ସାହୁ, ସୁଧାଂଶୁ ବାରିକ୍ , ସୋନାଲି,କିରଣ ଜ୍ୟୋତି ମଣ୍ଡଳ, ଅର୍ପିତା,ରୁଦ୍ର, ମହେଶ୍ୱର ମହାରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
