ଦିଲ୍ଲୀରେ ଆଉ ୪ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ, ମୋଟ ସଂଖ୍ୟା ୬କୁ ବୃଦ୍ଧି
ନୂଆଦିଲ୍ଲୀ : ସମଗ୍ର ବିଶ୍ବ ସମୁଦାୟ ପାଇଁ ଚିନ୍ତାର କାରଣ ପାଲଟିଛି ଓମିକ୍ରନ । ଚାରିଆଡେ ଆତଙ୍କ ଖେଳାଉଛି କୋରୋନାର ଏହି ନୂଆ ରୂପ । ୟୁରୋପୀୟ ରାଷ୍ଟ୍ରରେ କୋରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ହୁ ହୁ ହୋଇ ବଢୁଥିବାବେଳେ ଭାରତରେ ମଧ୍ୟ ଦିନକୁ ଦିନ ବିପଦ ଘନଉଛି । ଏହି ପରିପ୍ରେକ୍ଷୀରେ ଦିଲ୍ଲୀରେ ମଙ୍ଗଳବାର ଆଉ ୪ ଓମିକ୍ରନ ଭାରିଆଣ୍ଟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ସଂକ୍ରମିତ ମାମଲା ୬କୁ ବୃଦ୍ଧି ପାଇଛି । ୬ଟି ମାମଲା ମଧ୍ୟରୁ ଜଣେ ରୋଗୀଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିବାର ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜେନା କହିଛନ୍ତି ।
ସୂଚନା ଯେ, ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୪୭ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାମଧ୍ୟରେ ମହାରାଷ୍ଟ୍ରରୁ ସର୍ବାଧିକ ମାମଲା ସାମ୍ନାକୁ ଆସିଥିବାର ଜଣାପଡିଛି ।
