ମାଓବାଦୀଙ୍କ ବର୍ବରତା : ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ଗଳା କାଟି ହତ୍ୟା
ମାଲକାନିଗିରି : ମାଓବାଦୀଙ୍କ ବର୍ବରତା । ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ଗଳା କାଟି ହତ୍ୟା କଲା ଲାଲବାହିନୀ । ମାଲକାନିଗିରି ସୀମାନ୍ତ ଛତିଶଗଡ଼ ସୁକୁମା ଜିଲା ଏରାବର ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ଘରୁ ଡାକି ନେଇ ହତ୍ୟା କଲେ ମାଓବାଦୀ । ମୃତକଙ୍କ ନାଁ ଦାରେ ନବୀନ । ଗତକାଲି ବିଳମ୍ବିତ ରାତିରେ ୧୦ ରୁ ୧୫ ଜଣ ସଶସ୍ତ୍ର ମାଓବାଦୀ ଦାରେ ନବୀନଙ୍କୁ ଘରୁ ଡାକି ନେଇ ଗାଁ ମୁଣ୍ଡରେ ହତ୍ୟା କରିଥିଲେ ।
ମୃତଦେହ ନିକଟରେ ଏକ ଚିଠି ମଧ୍ୟ ଛାଡିଛନ୍ତି ମାଓବାଦୀ । ଯେଉଁଥିଲେ ଉଲ୍ଲେଖ ରହିଛି, ଦାରେ ଅନେକ ସମୟରେ ପୋଲିସ ପାଇଁ ଗୁଇନ୍ଦା କାମ କରିବା, ଜଙ୍ଗଲ ନଷ୍ଟ କରିବା ଓ ବେଆଇନ ଭାବେ ଜଙ୍ଗଲ ଜମିକୁ ଅଧିଗ୍ରହଣ କରିବା କାମରେ ଲିପ୍ତ ରହିଥିଲେ । ଏସବୁ କାରଣ ପାଇଁ ତାଙ୍କୁ ମାଓବାଦୀ ମୃତ୍ୟୁଦଣ୍ଡ ଦେଇଥିବା ଚିଠିରେ ଉଲ୍ଲେଖ ରହିଛି । ଘଟଣାସ୍ଥଳରେ ସୁରକ୍ଷାକର୍ମୀ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଯାଇଛି । ଅଧିକ ଖୋଳତାଡ ଚାଲିଥିବା ସୁକୁମା ଏସପି ସୁନିଲ ଶର୍ମା ସୂଚନା ଦେଇଛନ୍ତି ।
