ଅଭାବନୀୟ ଘଟଣା : ଡିବିରି ନିଆଁରୁ ଜଳିଗଲେ +୩ ଛାତ୍ରୀ
ସୁନ୍ଦରଗଡ଼ : ଅଭାବନୀୟ ଘଟଣା । ଡିବିରି ନିଆଁ ଲାଗି ଛାତ୍ରୀଙ୍କ ମୃତ୍ୟୁ । ସୁନ୍ଦରଗଡ ଜିଲା ବଣାଇଁ ଥାନା ଅନ୍ତର୍ଗତ ଭାଲୁଡୁଙ୍ଗୁରି ଗ୍ରାମରେ ଘଟିଛି ଏପରି ଘଟଣା ।
ସୂଚନା ଯେ, ଗତ ସୋମବାର ରାତିରେ ସ୍ୱପ୍ନେଶ୍ଵରୀ ମୁଣ୍ଡା ଜଳୁଥିବା ଏକ ଡିବିରିକୁ ଧରି ଆସୁଥିବା ସମୟରେ ତାଙ୍କ ଡ୍ରେସରେ ନିଆଁ ଲାଗି ଯାଇଥିଲା । ଫଳରେ ସେ ଚିତ୍କାର କରିବାରୁ ପରିବାର ଲୋକ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ଗୁରୁତର ଅବସ୍ଥାରେ ବଣାଇଁ ଉପଖଣ୍ଡ ଚିକିତ୍ସାଳୟରେ ତାଙ୍କର ମୃତ୍ୟୁ ଘଟିଛି । ଛାତ୍ରୀ ଜଣକ ଲହୁଣୀପଡାର ଏକ କଲେଜରେ ଯୁକ୍ତ ତିନି ପଢୁଥିବା ଜଣାପଡିଛି । ବଣାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
