ସ୍କୁଲରେ ସଂକ୍ରମଣ ବ୍ୟାପିବା ଉପରେ ଜିଲା ପ୍ରଶାସନ ନଜର ରଖିଛି : ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର : ସ୍କୁଲ ଗୁଡିକରୁ କରୋନା ସଂକ୍ରମିତ ଚିହ୍ନଟ ପ୍ରସଙ୍ଗରେ ଜିଲା ପ୍ରଶାସନ ନଜର ରଖିଛି । ସ୍କୁଲ ଓ ଗଣଶିକ୍ଷା ବିଭାଗର ଏସଓପି ବି ରହିଛି । ଯେଉଁଠି ବି ପିଲାଙ୍କଠାରେ ଲକ୍ଷଣ ଆସୁଛି, ସ୍କୁଲ ଆସିବାକୁ ବାରଣ କରାଯାଉଛି । ଯେଉଁଠି ଆବଶ୍ୟକ ପଡୁଛି ଜିଲ୍ଲା ପ୍ରଶାସନ ଦେଖୁଛି ବୋଲି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ସ୍କୁଲରେ ଟେଷ୍ଟ କରାଯାଉଛି । ଯେଉଁଠି ଆବଶ୍ୟକ ପଡୁଛି ଆଇସୋଲେସନ ବ୍ୟବସ୍ଥା ବି ରହିଛି । ଜଏଂଟ ମେଡିକାଲ ଟିମ୍ ବି ଅଛି । ଶିକ୍ଷା ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିତ ଟିମ୍ କରାଯାଇଛି । ଆଇସୋଲେସନ କେସରେ କିଛି ଆସୁଛି । ଏହା ସମ୍ପୂର୍ଣ୍ଣ ଶିକ୍ଷା ବ୍ୟବସ୍ଥାରେ କୌଣସି ବାଧା ସୃଷ୍ଟି କରିବନି । ଶିକ୍ଷା ପ୍ରତି ପିଲାଙ୍କର ଆଗ୍ରହ ରହିଛି । କରୋନା ଭୟ ରହି ବି ପିଲାଙ୍କ ଉପସ୍ଥାନ ବଢୁଛି । ସବୁ ବ୍ୟବସ୍ଥା ସହ ଶିକ୍ଷାଦାନ କିପରି ଜାରି ରହିବ ସେ ନେଇ ବ୍ୟବସ୍ଥା କରାଯାଉଛି ।
