ରପ୍ତାନୀ କ୍ଷେତ୍ରରେ ଝାରସୁଗୁଡା ସ୍ଥାନ ଦେଶରେ ୨୪
ଝାରସୁଗୁଡା : ଦେଶର କୋଣ ଅନୁକୋଣ ତଥା ବିଦେଶକୁ ମଧ୍ୟ ଝାରସୁଗୁଡା ଜିଲାରୁ ବିଭିନ୍ନ ସାମଗ୍ରୀ ରପ୍ତାନୀ ହେଉଛି । ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଝାରସୁଗୁଡାରେ ଥିବା ରେଳଷ୍ଟେସନ ଗୁଡିକ । ଜିଲାର ଶ୍ରେଷ୍ଠ ଉତ୍ପାଦ ଗୁଡିକ ମଧ୍ୟରେ ଇଞ୍ଜିନିୟରିଂ ଉତ୍ପାଦ, ସେରାମିକ ଉତ୍ପାଦ, କୋଇଲା, କେମିକାଲ, ଖଣିଜ ପଦାର୍ଥ ଏବଂ ଅନ୍ୟାନ୍ୟ ଧାତୁ ପଥର ଇତ୍ୟାଦି ରହିଛି
ଏହି ସମସ୍ତ ସାମଗ୍ରୀର ବହୁ ମାତ୍ରାରେ ରପ୍ତାନୀ କରି ଝାରସୁଗୁଡା ଜିଲା ଦେଶର ଶ୍ରେଷ୍ଠ ୩୦ ଜିଲା ମଧ୍ୟରେ ସ୍ଥାନ ପାଇ ପାଇଛି ୨୪। ରପ୍ତାନୀ ବୃଦ୍ଧି ଯୋଗୁଁ ଝାରସୁଗୁଡା ଜିଲାର ରାଜସ୍ୱ ମଧ୍ୟ ବୃଦ୍ଧି ପାଉଛି ଏବଂ ଏଥିରେ ପ୍ରମୂଖ ଭୂମିକା ଗ୍ରହଣ କରିଛି ରେଳ ପରିବହନ । ଜିଲ୍ଲାର ରେଳ ପରିବହନ ବହୁ ପୁରାତନ । ରେଳ ମାଧ୍ୟମରେ ଏଠାକାର ଆଲୁନିୟମ, କୋଇଲା ଓ ଅନ୍ୟାନ୍ୟ ଉତ୍ପାଦକୁ ରପ୍ତାନୀ କରଯିବା ସହ ଜିଲ୍ଲାରୁ ଅଧିକରୁ ଅଧିକ ସାମଗ୍ରୀ କିପରି ରପ୍ତାନୀ କରାଯାଇପାରିବ ସେନେଇ ପଦକ୍ଷେପ ଗ୍ରହଣ କରାଯାଉଛି ।
