ସାମ୍ନାକୁ ଆସିଲା ବିକ୍କି-କ୍ୟାଟ୍ରିନାଙ୍କ ବିବାହ ଫଟୋ, ଲାଲ୍ ଲେହେଙ୍ଗାରେ ନଜର ଆସିଲେ କ୍ୟାଟ୍ରିନା
ମୁମ୍ବାଇ : ଇତିମଧ୍ୟରେ ବିକ୍କି କୌଶାଲ ଓ କ୍ୟାଟ୍ରିନା କୈଫ୍ ବିବାହ ହୋଇଛି। କିଛି ଦିନ ପରେ ଏବେ ବିବାହ ଦିନର ଫଟୋ ସାମ୍ନାକୁ ଆସିଛି। କାଟ୍ରିନା କିଛି ଦିନର ବିରତି ପରେ ତାଙ୍କ ବିବାହ ଦିନର ଫଟୋ ଶେଆର କରିଛନ୍ତି। ଯେଉଁଥିରେ ସେ ଲାଲ୍ ଲେହେଙ୍ଗା ପିନ୍ଧିଥିବାର ଦେଖିବାକୁ ମିଳିଛି। ଏହି ଲେହେଙ୍ଗାକୁ ଡିଜାଇନର୍ ସବ୍ୟସାଚି ତିଆରି କରିଛନ୍ତି। କ୍ଯାଟ୍ରିନାଙ୍କ ଏହି ଫଟୋକୁ ସୋଶାଲ୍ ମିଡିଆରେ ଶେଆର କରିବା ପରେ ତାଙ୍କ ପ୍ରଶଂସକ ମାନେ ପ୍ରତିକ୍ରିୟା ଦେଇଛନ୍ତି।
ବିକ୍କି-କ୍ୟାଟ୍ରିନାଙ୍କ ବିବାହାକୁ ୪ ଦିନ ହୋଇସାରିଥିଲେ ମଧ୍ୟ ଏହି କପଲଙ୍କ ବିବାହର କ୍ରେଜ କିନ୍ତୁ ସୋଶାଲ ମିଡିଆରେ କମ୍ ହେଉନାହିଁ। ପ୍ରତିଦିନ ଏମାନେ ନିଜ ବିବାହ ବେଳର ଗୋଟିଏ ପରେ ଗୋଟିଏ ଫଟୋକୁ ସୋଶାଲ ମିଡିଆରେ ଶେଆର କରୁଛନ୍ତି।
