କୋଟିପତି ହେବାର ସୁଯୋଗ ! ପୋଷ୍ଟ ଅଫିସର ଏହି ସ୍କିମରେ ନିବେଶ କରିବାକୁ ପଡିବ ମାତ୍ର ୪୧୭ ଟଙ୍କା
ନୂଆଦିଲ୍ଲୀ : ପୋଷ୍ଟ ଅଫିସର ପବ୍ଲିକ୍ ପ୍ରୋଭିଡେଣ୍ଟ୍ ପାଣ୍ଠି ଆପଣଙ୍କୁ କୋଟିପତି ହେବାର ସୁଯୋଗ ଦେଇଥାଏ । କେବଳ ଆପଣଙ୍କୁ ପ୍ରତିଦିନ ଏହି ଆକାଉଣ୍ଟରେ ୪୧୭ ଟଙ୍କା ନିବେଶ କରିବାକୁ ପଡିବ । ଯଦିଓ ଏହି ଆକାଉଣ୍ଟର ମାଚ୍ୟୁରିଟି ଅବଧି ୧୫ ବର୍ଷ, କିନ୍ତୁ ଆପଣ ଏହାକୁ ୫ ବର୍ଷ ଲେଖାଏଁ ଦୁଇଥର ବଢ଼ାଇ ପାରିବେ । ଏହା ସହିତ ଆପଣ ଏହି ଯୋଜନାରେ ଟିକସ ସୁବିଧା ମଧ୍ୟ ପାଇବେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆପଣ ଏହି ଯୋଜନାରେ ବାର୍ଷିକ ୭.୧ ପ୍ରତିଶତ ସୁଧ ପାଇବେ ଏବଂ ଆପଣଙ୍କୁ ପ୍ରତିବର୍ଷ ଚକ୍ରବର୍ତ୍ତି ସୁଧର ଲାଭ ମଧ୍ୟ ଦେବ । ଜାଣନ୍ତୁ ଏହି ଯୋଜନା ଆପଣଙ୍କୁ କିପରି କୋଟିପତି କରିବ…
ଯଦି ଆପଣ ୧୫ ବର୍ଷ ପାଇଁ ନିବେଶ କରନ୍ତି ଯଥା ମାଚ୍ୟୁରିଟି ପର୍ଯ୍ୟନ୍ତ ଏବଂ ବାର୍ଷିକ ସର୍ବାଧିକ ୧.୫ ଲକ୍ଷ ଟଙ୍କା ଅର୍ଥାତ୍ ମାସକୁ ୧୨୫୦୦ ଟଙ୍କା କିମ୍ବା ଦିନକୁ ୪୧୭ ଟଙ୍କା ଜମା କରିଥାନ୍ତି, ତେବେ ଆପଣଙ୍କର ମୋଟ ବିନିଯୋଗ ୨୨.୫୦ ଲକ୍ଷ ଟଙ୍କା ହେବ । ଆପଣଙ୍କ ମାଚ୍ୟୁରିଟି ସମୟରେ ବାର୍ଷିକ ୭.୧ ପ୍ରତିଶତ ସୁଧ ସହିତ କମ୍ପାଉଣ୍ଡିଂ ସୁଧର ଲାଭ ପାଇବ । ମାଚ୍ୟୁରିଟି ସମୟରେ, ଆପଣ ସୁଧ ହିସାବରେ ୧୮.୧୮ ଲକ୍ଷ ଟଙ୍କା ପାଇବେ । ଏହା ହେଉଛି ଆପଣ ସମ୍ପୂର୍ଣ୍ଣ ୪୦.୬୮ ଲକ୍ଷ ଟଙ୍କା ପାଇବେ ।
ଯଦି ଆପଣ ଏହି ପ୍ଲାନରୁ କୋଟିପତି ହେବାକୁ ଚାହାଁନ୍ତି, ତେବେ ଆପଣ ୧୫ ବର୍ଷ ପରେ ଏହି ଯୋଜନାକୁ ୫ ବର୍ଷ ଲେଖାଏଁ ଦୁଇଥର ବୃଦ୍ଧି କରିବାକୁ ପଡିବ । ବାର୍ଷିକ ୧.୫ ଲକ୍ଷ ଟଙ୍କା ନିବେଶ କରି ଆପଣଙ୍କର ମୋଟ ନିବେଶ ୩୭.୫୦ ଲକ୍ଷ ଟଙ୍କା ହେବ । ମାଚ୍ୟୁରିଟି ପରେ ଆପଣ ୭.୧ ପ୍ରତିଶତ ସୁଧ ହାର ସହିତ ୬୫.୫୮ ଲକ୍ଷ ଟଙ୍କା ପାଇବେ । ଏହି କ୍ରମରେ ୨୫ ବର୍ଷ ପରେ ଆପଣଙ୍କର ମୋଟ ପାଣ୍ଠି ୧.୦୩ କୋଟି ଟଙ୍କା ହେବ ।
ବେତନ ପ୍ରାପ୍ତ, ସ୍ୱୟଂ ନିଯୁକ୍ତ, ପେନସନଭୋଗୀ ଇତ୍ୟାଦି ଯେକୌଣସି ବାସିନ୍ଦା ଡାକ ବିଭାଗର ପିପିଏଫରେ ଏକ ଆକାଉଣ୍ଟ ଖୋଲିପାରିବେ । କେବଳ ଜଣେ ବ୍ୟକ୍ତି ଗୋଟିଏ ଆକାଉଣ୍ଟ ଖୋଲିପାରିବେ । ଏଥିରେ ଆପଣ ଏକ ଜଏଣ୍ଟ ଆକାଉଣ୍ଟ୍ ଖୋଲିପାରିବେ ନାହିଁ ।
