ଆଜି ଉତ୍ତରପ୍ରଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ : ସରଜୁ କେନାଲ ପ୍ରକଳ୍ପର କରିବେ ଉଦଘାଟନ
**EDS: IMAGE POSTED BY @nsitharamanoffc ON SUNDAY, NOV. 22, 2020** New Delhi: Prime Minister Narendra Modi lays the foundation stone of 23 rural piped drinking water projects of Mirzapur and Sonbhadra districts of Vindhya region of Uttar Pradesh under the 'Jal Jeevan' Mission via video conferencing. (PTI Photo)(PTI22-11-2020_000045B)
ନୂଆଦିଲ୍ଲୀ : ଆଜି ଉତ୍ତରପ୍ରଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉତ୍ତରପ୍ରଦେଶର ବଳରାମପୁରରେ ପହଞ୍ଚି ୯୮୦୦ କୋଟି ଟଙ୍କାର ସରଜୁ କେନାଲ ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଏନେଇ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୂଚନା ଦେଇଛନ୍ତି । ପ୍ରକଳ୍ପ କାମ ୪୦ ବର୍ଷରେ ୫୨ ପ୍ରତିଶତ କାମ ଶେଷ ହୋଇଥିବା ବେଳେ ୪ବର୍ଷ ମଧ୍ୟରେ ୪୮ ପ୍ରତିଶତ କାମ ଶେଷ ହୋଇଥିବା କହିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ।
PM Narendra Modi will inaugurate Saryu Nahar National Project in Balrampur, Uttar Pradesh on December 11. pic.twitter.com/R6imwGGmIM
— ANI (@ANI) December 10, 2021
ଏହି ପ୍ରକଳ୍ପ ୫ଟି ନଦୀ ତଥା ଘାଗରା, ସରଜୁ, ରାପ୍ଟି, ବାଙ୍ଗାଙ୍ଗା ଏବଂ ରୋହିଣୀକୁ ସଂଯୋଗ କରୁଛି । ଫଳରେ ଏହି ଅଞ୍ଚଳର ଲୋକମାନେ ପ୍ରଚୁର ମାତ୍ରାରେ ଜଳ ବ୍ୟବହାର କରିପାରିବେ । ଏଥିସହ ଏହି ପ୍ରକଳ୍ପ ୧୪ ଲକ୍ଷ ହେକ୍ଟରରୁ ଅଧିକ ଜମିକୁ ଜଳ ଯୋଗାଇବା ସହ ୬୨ ହଜାରରୁ ଅଧିକ ଗାଁର ପ୍ରାୟ ୨୯ ଲକ୍ଷ ଚାଷୀ ଏଥିରେ ଉପକୃତ ହେବେ । ଉତ୍ତରପ୍ରଦେଶର ୯ଟି ଜିଲ୍ଲା , ପୂର୍ବାଞ୍ଚଳ ୟୁପି-ବାହରାଇଚ୍, ଶ୍ରାବସ୍ତି, ବଳରାମପୁର, ଗୋଣ୍ଡା, ସିଦ୍ଧାର୍ଥନଗର, ବସ୍ତି, ସନ୍ଥ କବୀର ନାଗର, ଗୋରଖପୁର ଏବଂ ମହାରାଜଗଞ୍ଜ ଜିଲ୍ଲାବାସୀ ଏହି ପ୍ରକଳ୍ପ ହେବା ଦ୍ବାରା ଲାଭବାନ ହେବେ ।
