ସିଡିଏସ ଜେନେରାଲ ବିପିନ ରାୱତ ଓ ଅନ୍ୟ ସେନା କର୍ମଚାରୀଙ୍କ ଉଦ୍ଦେଶ୍ୟରେ ହେଲପିଂ ସୋସାଇଟି ପକ୍ଷରୁ ଶ୍ରଦ୍ଧାଞ୍ଜଳି ପ୍ରଦାନ
ବାଲେଶ୍ୱର : ତାମିଲନାଡୁର କନ୍ନୁରରେ ଚପ୍ପର ହେଲିକ୍ୟାପ୍ଟର ଦୁର୍ଘଟଣାରେ ପ୍ରତିରକ୍ଷା ବାହିନୀଙ୍କ ମୁଖ୍ୟ (ସିଡିଏସ) ଜେନେରାଲ ବିପିନ ରାୱତ, ତାଙ୍କ ଧର୍ମପତ୍ନୀ ଓ ଅନ୍ୟ ୧୧ଜଣ ସେନା ଅଧିକାରୀ ଓ କର୍ମଚାରୀ ପ୍ରାଣ ହରାଇବା ଘଟଣାକୁ ସମଗ୍ର ଦେଶ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବାଲେଶ୍ୱରରେ ମଧ୍ୟ ଅନୁରୂପ ସ୍ଥିତି ଲକ୍ଷ୍ୟ କରାଯାଇଛି । ଏ ନେଇ ଅଗ୍ରଣୀ ସେଚ୍ଛାସେବୀ ସଂଗଠନ ହେଲପିଂ ସୋସାଇଟି ପକ୍ଷରୁ ଜେନେରାଲ ରାୱତ ଓ ଅନ୍ୟ ସେନା କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି ।
ସଂଗଠନର ସଦସ୍ୟମାନେ ବାଲେଶ୍ବର ସହରର ଶହୀଦପାର୍କ ଠାରେ ସମବେତ ହୋଇ ଦିବଂଗତ ସେନା ଅଧିକାରୀ ଓ କର୍ମଚାରୀଙ୍କ ଉଦ୍ଦେଶ୍ୟରେ କ୍ୟାଣ୍ଡେଲ ଜାଳି ଶୋକ ବ୍ୟକ୍ତ କରିଥିଲେ । ଯେଉଁ ମାନଙ୍କ ପାଇଁ ସାଧାରଣ ଲୋକେ ଶାନ୍ତିରେ ଘରେ ଶୋଇପାରୁଛନ୍ତି ସେମାନଙ୍କ ମୃତ୍ୟୁ ଭଳି ଦୁଃଖଦ ପରିସ୍ଥିତିରେ ହେଲଫି ସୋସାଇଟି ପକ୍ଷରୁ ଦିଗଙ୍ଗତଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ଶୋକକୁଳ ପରିବାରଙ୍କ ପ୍ରତି ସମବେଦନା ଜଣାଯାଇଥିବା ସଂଗଠନର ସଭାପତି ହ୍ରିତିକ୍ ନାୟକ ପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଶେଖ ନାଜିମ୍, ଜୀବନ ସଂଗ୍ରାମ ମିଶ୍ର, ସୁମିତ କର, ଦିବ୍ୟ ରଞ୍ଜନ ଦାସ, ପ୍ରିନ୍ସ ଆରୟନ, ଅରୂପ ସାହୁ, ରଜତ ଘଢେଇ, ସତ୍ୟଜ୍ୟୋତି, ରୁଦ୍ର, ସୁଧାଂଶୁ, ଆଶିଷ, ପଙ୍କଜ, ସରସ୍ୱତୀ, କିରନଜ୍ୟୋତି ମଣ୍ଡଳ, ସ୍ମୃତି ଶ୍ରୀ କର, ସୋନାଲି, ୟାଶିକା, ପୁଜା ପ୍ରମୁଖ କ୍ୟାଣ୍ଡେଲ ଜାଳି ଶହୀଦ ସେନା ଅଧିକାରୀ ଓ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
