କନ୍ନୁରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୩ ଗୁରୁତର ଭାବେ ଉଦ୍ଧାର
ନୂଆଦିଲ୍ଲୀ: ତାମିଲନାଡ଼ୁର କନ୍ନୁରରେ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଉକ୍ତ ହେଲିକପ୍ଟରରେ ସେନା ମୁଖ୍ୟ ଜେନେରାଲ ବିପିନ ରାୱତଙ୍କ ସହ ଆଉ କିଛି ବରିଷ୍ଠ ଅଧିକାରୀ ଥିବା ନେଇ ସୂଚନା ମିଳିଛି। ଅନ୍ୟପଟେ ୩ଜଣଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ତେବେ କୌଣସି ମୃତାହତର ସୂଚନା ମିଳିନାହିଁ।
