କ୍ରିପ୍ଟୋକରେନ୍ସି ବଜାରରେ ଫେରିଲା ପୂର୍ବ ଚମକ : ବିଟ୍କଏନ୍ରେ ୮% ବୃଦ୍ଧି ଘଟି ୫୦ ହଜାର ଡଲାର୍ ପାର୍
ନୂଆଦିଲ୍ଲୀ : କ୍ରିପ୍ଟୋକରେନ୍ସି ବଜାର ଆଜି ପୁଣିଥରେ ପୂର୍ବ ଚମକ୍ ଫେରିପାଇଛି। କ୍ରିପ୍ଟୋ ମଧ୍ୟରେ ସବୁଠୁ ପ୍ରସିଦ୍ଧ ବିଟ୍କଏନ୍ ଆଜି ୮% ପର୍ଯ୍ୟନ୍ତ ବୃଦ୍ଧି ଘଟି ୫୦ ହଜାର ଡଲାର୍ ପାର୍ କରିଛି। ଟପ୍ ଡିଜିଟାଲ୍ କଏନ୍ ମଧ୍ୟରୁ ୯ଟି କଏନ୍ର କାରବାର ବୃଦ୍ଧି ଘଟିଛି। ଗତ ସପ୍ତାହର ହ୍ରାସ ପରେ ନିବେଶକମାନେ ଅଧିକ ମାତ୍ରାରେ ନିବେଶ କରିବା ଆରମ୍ଭ କରିଛନ୍ତି।
ଦେଶବିଦେଶରେ ପ୍ରଚଳିତ ବିଭିନ୍ନ ମୁଦ୍ରାର ଏକ ବିକଳ୍ପ ହେଇଛି ବିଟ୍କଏନ୍। ଭାରତର ଟଙ୍କା, ଆମେରିକାର ଡଲାର, ବ୍ରିଟେନ୍ର ପାଉଣ୍ଡ୍, ଜାପାନର ୟେନ୍ ଆଦି ସେହି ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଦ୍ବାରା ପରିଚାଳିତ। ଏହି ସବୁ ମୁଦ୍ରା ଉପରେ କେନ୍ଦ୍ରୀୟ ବ୍ୟାଙ୍କର ନିୟନ୍ତ୍ରଣ ଅଛି। କିନ୍ତୁ ବିଟ୍କଏନ୍ ହେଉଛି ଏଭଳି ଏକ ମୁଦ୍ରା ଯାହା ଉପରେ କାହାର ନିୟନ୍ତ୍ରଣ ନାହିଁ। କମ୍ପ୍ୟୁଟର ଦୁନିଆରେ ଏହା ପରିଚାଳିତ ହେଉଛି। ପ୍ରକୃତରେ ଏହା ହେଉଛି ଏକ କମ୍ପ୍ୟୁଟର ଫାଇଲ୍। ବିଶ୍ବର ବିଭିନ୍ନ ସ୍ଥାନରେ ଏହାକୁ ଲୋକମାନେ ସାମଗ୍ରୀ ଓ ସେବା ହାସଲ କରିବା ଲାଗି ବ୍ୟବହାର କରୁଛନ୍ତି। ଯେହେତୁ ବିଟ୍କଏନ୍ ଉପରେ କୌଣସି ଦେଶର ନିୟନ୍ତ୍ରଣ ନାହିଁ ତେଣୁ ଏହାକୁ ବ୍ୟବହାର କଲେ ଟିକସ ଗଣିବାକୁ ପଡ଼ୁନାହିଁ। ବାସ୍ତବରେ, ବିଟକଏନ୍ ର ଧାରା ୨୦୦୯ ରେ ଆରମ୍ଭ ହୋଇଥିଲା । ସେତେବେଳେ ଏହାର ମୂଲ୍ୟ ଶୂନ ଡଲାର ଥିଲା, ଯାହା ୨୦୧୦ ର ପ୍ରାରମ୍ଭରେ ୦.୦୮ ଡଲାର ଥିଲା ଏବଂ ଆଜି ଏହାର ମୂଲ୍ୟ ୬୨ ହଜାର ଡଲାରରୁ ଅଧିକ। ବିଟକଏନ୍ ହେଉଛି ଏକ ଭର୍ଚୁଆଲ୍ ମୁଦ୍ରା। ଦୁନିଆର ଅନେକ ଦେଶରେ ଏହାର ବ୍ୟବହାର ବେଆଇନ, କିନ୍ତୁ ବିଟକଏନ୍ ଅନ୍ୟ ମୁଦ୍ରା ଡଲାର, ଟଙ୍କା କିମ୍ବା ପାଉଣ୍ଡ ଭଳି କାରବାରରେ ବ୍ୟବହୃତ ହେଉଛି । ଅନେକ ବଡ ବଡ ବ୍ୟବସାୟୀ ଏବଂ ଅନେକ ବଡ କମ୍ପାନୀ ବିଟକଏନ୍ ରେ ଆର୍ଥିକ କାରବାର କରୁଛନ୍ତି ।
