୯ କେଜିର ହାତୀଦାନ୍ତ ଜବତ ସହ ଅଭିଯୁକ୍ତକୁ ଗିରଫ କଲା ଏସଟିଏଫ୍
ଭୁବନେଶ୍ୱର : ବଲାଙ୍ଗୀର ଦେଓଗାଁ ଜଙ୍ଗଲରେ ହାତୀଦାନ୍ତ ତସ୍କରୀ । ତୁସୁରା ଥାନା ଅନ୍ତର୍ଗତ ଗୁଡଭେଲା ଗାଁ ନିକଟରେ ହାତୀଦାନ୍ତ ଲୁଚାଇଥିଲା ତସ୍କର । ଖବର ପାଇ ଜବତ କଲା ଏସଟିଏଫ୍ । ଘର ଭିତରୁ ୯ କେଜିର ହାତୀଦାନ୍ତ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି ଟିମ୍ । ଅଭିଯୁକ୍ତର ନାମ ବିପୁଲ ବାଗ ଏବଂ ଘର ତୁସୁରା ନିମୁସିରେ ବୋଲି ଜଣାପଡିଛି ।
ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ୨୦୨୦ରୁ ଏଯାବତ୍ ୨୦ଟି ବାଘଛାଲ ସହ ୧୨ଟି ହାତୀଦାନ୍ତ, ୨ଟି ହରିଣ ଛାଲ, ୮ଟି ବଜ୍ରକାପ୍ତା ଓ ୧୫ କେଜିର ବଜ୍ରକାପ୍ତା ଖୋଳ ଜବତ କରାଯାଇଛି । ଘଟଣାରେ ୪୮ଜଣ ବନ୍ୟପ୍ରାଣୀ ଅଙ୍ଗ ତସ୍କରୀ ଅଭିଯୁକ୍ତଙ୍କୁ ଗିରଫ କରିଛି ଏସଟିଏଫ୍ ଟିମ ।
